ୟୁଟ୍ୟୁବ୍ ଭଳି ଫେସବୁକରେ ଭିଡିଓ ଅପଲୋଡ୍ କରି କମାଇପାରିବେ ପଇସା! ଜାଣନ୍ତୁ କେମିତି?

70

150707_TECH_Freebooting.jpg.CROP.promo-xlarge2ଫେସବୁକ୍ ୟୁଜର୍ସ ଏବେ ହେବେ ମାଲାମାଲ । ନିଜର ପ୍ରିୟଜନଙ୍କ ସହ ଫଟୋ ,ଭିଡିଓ ସେୟାର କରୁଛନ୍ତି । ଏହି ନିଶା ଏବେ ଆପଣଙ୍କର ପେଶା ହୋଇଯିବ । ଫେସବୁକର ବହୁଳ ବ୍ୟବହାରକୁ ନେଇ ଏବେ ଆଶ୍ଚର୍ଯ୍ୟ କଲା ଭଳି ଏକ ଖବର ପ୍ରକାଶିତ ହୋଇଛି । ଘରେ ବସି ଆପଣ ଫେସବୁକ୍ ଜରିଆରେ କମାଇପାରିବେ ପଇସା ।

woman-computer-laptop-coffee-1-750x500ଏହା ଆମେ ସମସ୍ତେ ଜାଣିଛେ ଯେ , ୟୁଟ୍ୟୁବରୁ ଭିଡିଓ ସମସ୍ତେ ଦେଖିଥାନ୍ତି । ଅନେକ ଲୋକ ୟୁଟ୍ୟୁବରେ ଭିଡିଓ ପବ୍ଲିକ୍ କରି ଅର୍ଥ ଉପାର୍ଜନ କରୁଛନ୍ତି । କିନ୍ତୁ ଏବେ ଆପଣ ବ୍ୟବହାର କରୁଥିବା ଫେସବୁକରେ ମଧ୍ୟ ଖୁବ୍ ସହଜରେ ଭିଡିଓ ଅପଲୋଡ୍ କରି ପଇସା କମାଇପାରିବେ । ସୋସିଆଲ ନେଟୱର୍କିଂ ସାଇଟ୍ ଫେସବୁକରେ ବହୁତ ଶୀଘ୍ର ଏମିତି ଏକ ଫିଚର ଦେବାକୁ ଯାଉଛି । ଯାହାର ସାହାଯ୍ୟରେ ଆପଣ ଫେସବୁକରେ ୟୁଟ୍ୟୁବ୍ ଭଳି ଆପଣଙ୍କର ଭିଡିଓ ଅପଲୋଡ୍ କରି ଅର୍ଥ କମାଇପାରିବେ ।

ଫେସବୁକରେ ଆରମ୍ଭ ହେବାକୁ ଥିବା ଏହି ଫିଚରର ବିଶେଷତା ଏହା ଯେ, ଯେଉଁ ଭିଡିଓ ଅପଲୋଡ କରିବେ ଏହା ମଧ୍ୟରେ ଏକ ଆଡ୍ ଆସିବ । ଏହି ଆଡ୍ ରୁ ଯେଉଁ ପଇସା ଆସିବ ଏହାର ୫୫% ଭିଡିଓ ଅପଲୋଡ କରିଥିବା ବ୍ୟକ୍ତିଙ୍କୁ ମିଳିବ । ଯେମିତି ୟୁଟ୍ୟୁବରେ ମିଳିଥାଏ । ଫେସବୁକ ଦ୍ୱାରା କରାଯାଇଥିବା ଏକ ସର୍ଭେରୁ ଜଣାପଡିଥିଲା ପ୍ରତିଦିନ ୧ଶହ ମିଲିୟନ ୟୁଜର୍ସ କେବଳ ଫେସବୁକରୁ ଭିଡିଓ ଦେଖିଥାନ୍ତି । ଏହାକୁ ଆକଳନ କରି ଫେସବୁକ୍ ଗ୍ରୁପ୍ ଏହି ଫିଚର ପ୍ରସ୍ତୁତ ପାଇଁ ଆଗେଇ ଆସିଛନ୍ତି । ଏବେ ଆପଣକୁ ଅପେକ୍ଷା କରିବାକୁ ପଡିବ ଏହି ଫିଚରଟି ଆକ୍ଟିଭ ହେବାଯାଏ ।

ଏହାସହ ମଧ୍ୟ ପଢନ୍ତୁ –ଚର୍ଚ୍ଚାରେ ବାହାଘର ! ଗଭୀର ସମୁଦ୍ର ଭିତରେ ବର-କନ୍ୟା ସାଜିଲେ ଜୀବନସାଥୀ