ବାହା ହେବାକୁ ମିଳୁ ନାହାଁନ୍ତି ପୁଅ : ସ୍ୱପ୍ନର ରାଜକୁମାର ଅପେକ୍ଷାରେ କୁଆଁରୀକନ୍ୟା

183

2ଷୋହଳଟି ଫଗୁଣର ଫୁଲ ଯେତେବେଳେ କୁଆଁରୀ ଝିଅର ଯୌବନର ଉପବନରେ ଫୁଟେ ,ସେତେବେଳେ କୁଆଁରୀ ମନରେ ସ୍ୱପ୍ନର ରାଜକୁମାରକୁ ଖୋଜିବାର ଅଙ୍କ କଷା ଆରମ୍ଭ ହୋଇଯାଏ । ଷୋହଳ ବୟସୀ ଝିଅ ଚାହେଁ ତାର ବିବାହ ଗୋଟେ ଭଲ ପୁଅ ସହ ଧୁମଧାମରେ ହେଉ । ସ୍ଥାନ କାଳ ପାତ୍ରରେ ଏମତି ଭାବନା ସବୁ ଘରେ ଓ ସବୁ ଝିଅଙ୍କ ମନରେ ଥାଏ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏମିତି ସ୍ଥାନ ଅଛି ଯେଉଁଠି ଝିଅଙ୍କ ବିବାହ କରିବା ଏକ ସମସ୍ୟା ପାଲଟି ଯାଇଛି । ଏହି ଅଦ୍ଭୂତ ସ୍ଥାନଟି ହେଉଛି ବ୍ରାଜିଲର ନୋଇଭା ଦୋ କୋରଡେଏରୋ ଗାଁ ।

4ଦେଖିବାକୁ ଖୁବ୍ ସୁନ୍ଦର ହୋଇଥିଲେ ବି ବିବାହ କରିପାରୁନାହାନ୍ତି ଏହି ଗାଁର କୁଆଁରୀ କନ୍ୟା । ୨୦ ରୁ ୩୫ ବର୍ଷର ଝିଅ ଆଜି ବି ନିଜ ପାଇଁ ଖୋଜୁଛି ଉତ୍ତମ ବର ପାତ୍ର । ଏଠାର ଝିଅଙ୍କ ସବୁଠୁ ବଡ ସମସ୍ୟା ଅବିବାହିତ ପୁଅଙ୍କ ଅଭାବ । ଏହି ଗାଁରେ ରହୁଥିବା ଝିଅ ପ୍ରେମ ଓ ବିବାହ ପାଇଁ ସ୍ୱପ୍ନ ସିନା ଦେଖୁଛି । ହେଲେ କେବଳ ବିବାହ ପାଇଁ ନିଜ ଘର ଓ ଗାଁ ଛାଡିବାକୁ ନାରାଜ ।

3 ବିବାହ ପାଇଁ ସମସ୍ୟାର କାରଣ ?
ବ୍ରାଜିଲର ପାହାଡି ଇଲାକାରେ ଥିବା ଏହି ନୋଇଭା ଗାଁରେ ପୁଅଙ୍କ ଅପେକ୍ଷା ଝିଅଙ୍କ ସଂଖ୍ୟା ଅଧିକ । ଦ୍ୱିତୀୟ କାରଣ ଏଠାର ଝିଅ ବିବାହ ପରେ ନିଜ ସ୍ୱାମୀ ସହ ନିଜ ଘରେ ରହିବାକୁ ପସନ୍ଦ କରନ୍ତି । ସବୁଠୁ ବଡ କାରଣ ଏଠାରେ ପରୁଷଙ୍କ ସଂଖ୍ୟା ଖୁବ୍ କମ ଥିବାରୁ ମହିଳାଙ୍କ ନୀତି ନିୟମ ଅନୁସାରେ ପୁରୁଷଙ୍କୁ ଚଳିବାକୁ ପଡିଥାଏ । ଏଥିପାଇଁ ଏଠାର ଲଳନା ପାଇଁ କୈାଣସି ପୁଅ ମିଳୁନାହାଁନ୍ତି ।

ଏହା ସହ ଦେଖନ୍ତୁ  – ପ୍ରଥା ଆଳରେ ଝିଅଙ୍କୁ ବିକାଯାଏ ହାଟରେ : ୧୦ଟଙ୍କାରୁ ୧୦୦ଟଙ୍କା ଷ୍ଟାମ୍ପ ପେପରରେ ହୁଏ ମୂଲଚାଲ