ପ୍ରଥା ଆଳରେ ଝିଅଙ୍କୁ ବିକାଯାଏ ହାଟରେ : ୧୦ଟଙ୍କାରୁ ୧୦୦ଟଙ୍କା ଷ୍ଟାମ୍ପ ପେପରରେ ହୁଏ ମୂଲଚାଲ

164

womenଆମ ଦେଶ ଭାରତ ଅନେକ ଜାତି ,ଅନେକ ପ୍ରଥା ଓ ପରଂପରାର ସମନ୍ୱୟ ଦେଶ । ଯେଉଁଠି ଅନେକ ବିଶ୍ୱାସ ଓ ଅନେକ ବିଶେଷତା ଜନ ମାନସରେ ଦେଖିବାକୁ ମିଳେ । ହେଲେ ଏମିତି ଏକ ପ୍ରଥା ବିଷୟରେ ଆପଣ ଜାଣିନଥିବେ ,ଯେଉଁଠି ଝିଅଙ୍କ ଆଶା ଓ ବିଶ୍ୱାସକୁ ନେଇ ବିକାକିଣା ହୁଏ ।

stamp– କେଉଁଠି ଏପରି ପ୍ରଥା ଚାଲେ ?
ମଧ୍ୟପ୍ରଦେଶର , ଶିବପୁରୀରେ ରୁହଁନ୍ତି ଏମିତି ଏକ ଅଜବ ଧଣ୍ଡିଚା ପ୍ରଥାର ଲୋକେ । ନିଜ ଘରର ଝିଅ ଓ ମହିଳାଙ୍କୁ ବିକିବା ଏମାନଙ୍କର ଏକ ନିତିଦିନିଆ ପ୍ରଥା । ୧୦ ଟଙ୍କାର ଷ୍ଟାମ୍ପ ପେପରରେ ବିକ୍ରି ହୁଅନ୍ତି ଝିଅମାନେ । ଆଉ ଏହି ମୂଲଚାଲ ପାଇଁ ବସେ ହାଟ । ଗାଈ ଗୋରୁଙ୍କୁ ବିକ୍ରି ହେବା ଭଳି ୧୦ଟଙ୍କାରୁ ୧୦୦ଟଙ୍କା ଯାଏ ଷ୍ଟାମ୍ପ ପେପରରେ ହାଟରେ ଦରଦାମର ହିସାବ ହୁଏ ।

girls-sold-1024x576– କେମିତି ଚାଲେ ଷ୍ଟାମ୍ପ ପେପରରେ ବିକ୍ରି ?
ଏହି ଧଣ୍ଡିଚା ପ୍ରଥାର ଆଳରେ ଗରୀବ ଝିଅ ବୋହୁ ଶୋଷଣର ଶିକାର ହୁଅନ୍ତି । ପଣ୍ୟଦ୍ରବ୍ୟ ପରି ନିଲାମୀ ହୁଅନ୍ତି ଏମାନେ । ନିର୍ଦ୍ଦିଷ୍ଟ ଦିନରେ ମଣ୍ଡି ବସେ । ଏଥିରେ ପୁରୁଷ ନିଜର ମନ ପସନ୍ଦର ନାରୀକୁ ଓ ଝିଅକୁ ନେଇ ମୂଲଚାଲ କରେ । ଦରଦାମ ଠିକ୍ ହେଲାପରେ ସଂପୃକ୍ତ ପୁରୁଷ ସେହି ନାରୀ ବା ଝିଅର ପରିବାର ଲୋକଙ୍କୁ ମଧ୍ୟରେ ସମୟ ସୀମାକୁ ନେଇ ଅନୁବନ୍ଧିତ ହୁଏ । ଏହି ଅନୁବନ୍ଧିତରେ ଦାମ ୧୦ ଟଙ୍କାରୁ ଆରମ୍ଭ ହୋଇ ୧୦୦ଟଙ୍କା ଷ୍ଟାମ୍ପ ପେପର ତିଆରି ହୁଏ । ପୁଣି ସେହି ସୂଚିତ ସମୟ ଅବଧି ସରିଗଲେ ,ପୁଣି ମଣ୍ଡି ବା ହାଟରେ ବିକ୍ରି ହୁଏ ନାରୀ । ଏମିତି ଚାଲେ ନାରୀର ବିକ୍ରି । ଷ୍ଟାମ୍ପ ପେପର ଟ୍ରାଜାକ୍ସନ ହୁଏ ଦୁଇ ପ୍ରକାରର । ଗୋଟେ ସ୍ଥାୟୀ ଓ ଅନ୍ୟଟି ଅସ୍ଥାୟୀ । ଅଧିକ ରକମରେ ସ୍ଥାୟୀ ଟ୍ରାଜାକ୍ସନ ଲାଗୁହୋଇଥାଏ ।

girlଏମିତି ଜଣେ ହେଲେ କଳ୍ପନା । ଯିଏ ନିଜର ଇଚ୍ଛା ବିରୁଦ୍ଧରେ ଏହି ପ୍ରଥାର ଶିକାର । ଏବେ ସୁଦ୍ଧା ଦୁଇ ଦୁଇଟି ସ୍ୱାମୀ ବଦଳେଇ ସାରିଲାଣି । ଏବେ ଦୁଇ ବର୍ଷ ହେଲା ଜଣେ ନୂଆ ସ୍ୱାମୀର ସ୍ତ୍ରୀ ସେ । ଆଉ ଜଣେ ମହିଳା ରଜ୍ଜୋ । ନିଜର ପ୍ରଥମ ସ୍ୱାମୀକୁ ଛାତି ଏବେ ଦ୍ୱିତୀୟ ସ୍ୱାମୀ ସହ ରହୁଛି ।

ww– କାହିଁକି ଏମିତି ଚାଲିଛି ଏହି ପ୍ରଥାରେ ?
ଏହାର ମୁଖ୍ୟ କାରଣ ଗରିବୀ ଓ ଲିଙ୍ଗାନୁପାତ । ସୂଚନାନୁସାରେ ଏଠାରେ ପ୍ରତିବର୍ଷ ୩୦୦ରୁ ଅଧିକ ମହିଳାଙ୍କୁ ଷ୍ଟାମ୍ପ ପେପରରେ ବିକାକିଣା ହୁଏ ।
ଏଭଳି ଅଜବ ପ୍ରଥାକୁ ନେଇ ଉଠିଥିବା ସ୍ୱର –
ଅନେକ ସାମାଜିକ କର୍ମୀ ଏଭଳି ମହିଳା ଶୋଷଣ ନୀତି ବିରୁଦ୍ଧରେ ସ୍ୱର ଉଠାଇଛନ୍ତି । ହେଲେ ଫଳ କିଛି ହୋଇନାହିଁ । କୈାଣସି ପୀଡିତା ଏହା ବିରୁଦ୍ଧରେ ଆଗକୁ ବହାରି ନାହାଁନ୍ତି କି ସ୍ୱର ଉଠାଇନାହାଁନ୍ତି । ଯାହା ଦ୍ୱାରା ଏହା ବିନା ବାଧାରେ ଷ୍ଟାମ୍ପ ପେପରରେ ଚାଲିଛି ବିକାକିଣା ।

ଏହା ସହ ଦେଖନ୍ତୁ – ପ୍ରଥା ନାଁରେ ଏଠି ଚାଲେ କୁକର୍ମ : ସ୍ୱାମୀ ଖୋଜେ ପତ୍ନୀ ପାଇଁ ଗ୍ରାହକ