ହାତୀ ବଜାଉଛି ମାଉଥ୍ ଅର୍ଗାନ୍ : ସୋସିଆଲରେ ଭାଇରାଲ ଭିଡିଓ

Advertisment
ହାତୀ ବଜାଉଛି ମାଉଥ୍ ଅର୍ଗାନ୍ : ସୋସିଆଲରେ ଭାଇରାଲ ଭିଡିଓ

ହାତୀମାନେ ଅନେକ କାମ କରିଥାନ୍ତି । ଆପଣ ସର୍କସରେ ହାତୀମାନେ ବିଭିନ୍ନ କଳାକ୍ରୀଡା ଦେଖାଇବାର ଦେଖିଥିବେ । କିନ୍ତୁ ତାମିଲନାଡୁର ତୁଥୁକୁଡି ଜିଲ୍ଲାରେ ଏକ ହାତୀ ଖୁବ୍ ପ୍ରଶଂସାର ପାତ୍ର ସାଜିଛି । ମାଉଥ୍ ଅର୍ଗାନ ବଜାଇ କରୁଛି ସମସ୍ତଙ୍କୁ ଚକିତ । ୧୧ ବର୍ଷର ଏହି ଲକ୍ଷ୍ମୀ ନାମକ ହାତୀକୁ ସମସ୍ତେ ଏବେ ସଂଗୀତଜ୍ଞ ବୋଲି କହୁଛନ୍ତି ।

ଏଏନଆଇର ଏହି ଭିଡିଓ ଏବେ ଖୁବ୍ ଲୋକପ୍ରିୟ ହୋଇଛି । ଏହି ହାତୀ ଯେତେବେଳେ ୧ ବର୍ଷର ହୋଇଥିଲା ,ତାକୁ ଶ୍ରୀଲଙ୍କାରୁ ଭାରତକୁ ଅଣାଯାଇଥିଲା । ଏବେ ଏହି ହାତୀ ଲକ୍ଷ୍ମୀ ଏକ ମନ୍ଦିରରେ ରହୁଛି । ଲକ୍ଷ୍ମୀର ମାଲିକଙ୍କ କହିବାନୁସାରେ, ସେ ଯେତେବେଳେ ମାଉଥ ଅର୍ଗାନ ବଜାଉଥିଲେ, ଲକ୍ଷ୍ମୀ ତାଙ୍କୁ ଦେଖି ନକଲ କରିବାର ପ୍ରୟାସ କରୁଥିଲା । ଲକ୍ଷ୍ମୀର ସଂଗୀତ ସଉକ ଦେଖି ତାର ମାଲିକ ତାର ଶୁଣ୍ଢରେ ମାଉଥ ଅର୍ଗାନ ଖଂଜି ଦେଲେ । ଆଉ ତା ପରେ ଲକ୍ଷ୍ମୀର ଆରମ୍ଭ ହେଲା ଅର୍ଗାନ ବଜାଇବା ।

ଏହି ଭିଡିଓରୁ ଦେଖନ୍ତୁ ଲକ୍ଷ୍ମୀ କେମିତି ବଜାଉଛି ମାଉଥ ଅର୍ଗାନ୍ -

ଏହାସହ ମଧ୍ୟ ପଢନ୍ତୁ - ରିଲିଏନ୍ସ ଜିଓର ନୂଆ ଧମାକା : ପ୍ରାଇମ୍ ମେମ୍ବରସିପ୍ ପ୍ଲାନରେ ଜିଓ ଗ୍ରାହକ ପାଇବେ ଡାଟା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe