ରିଲିଏନ୍ସ ଜିଓର ନୂଆ ଧମାକା : ପ୍ରାଇମ୍ ମେମ୍ବରସିପ୍ ପ୍ଲାନରେ ଜିଓ ଗ୍ରାହକ ପାଇବେ ଡାଟା

54

JIO

ସାରାଦେଶରେ ଦେୟମୁକ୍ତ ଇଂଟରନେଟ୍ ସେବା ଦେଇ ଲୋକଙ୍କ ନିକଟତର ହୋଇଥିବା ରିଲିଏନ୍ସ ଜିଓ ଏବେ ନୂଆ ପ୍ଲାନ୍ ଘୋଷଣା କରିଛି । ମାର୍ଚ୍ଚ ୩୧ ପରେ ଜିଓ ଗ୍ରାହକମାନେ ପଇସା ଦେଇ କିଣିବେ ଡାଟା । ଜିଓ ଗ୍ରାହକଙ୍କ ପାଇଁ ରିଲିଏନ୍ସ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଏକ ପ୍ରେସମିଟରେ ଏହା ଘୋଷଣା କରିଛନ୍ତି ।

ଗ୍ରାହକମାନେ ବର୍ଷକୁ ୯୯ଟଙ୍କା ଦେଇ ଜିଓ ପ୍ରାଇମ୍ ମେମ୍ବରସିପ୍ ପ୍ଲାନର ଜଣେ ମେମ୍ବର ହୋଇପାରିବେ । ମାସକୁ ୩୦୩ ଟଙ୍କା ଦେଇ ଦିନକୁ ୧୦ଟଙ୍କା ହିସାବରେ ୧ଜିବି ଡାଟା ପାଇପାରିବେ ଏବଂ ଏଥିରେ ଭଏସ୍ କଲିଂ ପୂରା ଫ୍ରିରେ ମିଳିବ । ଯାହା ବର୍ତ୍ତମାନ ଜଣେ ଗ୍ରାହକ ପାଇପାରୁଛି । ଏହା କେବଳ ଜିଓ ଗ୍ରାହକଙ୍କ ପାଇଁ ଉପଲବ୍ଧ ।

ଆହୁରି ମଧ୍ୟ ରିଲିଏନ୍ସର ଚେୟାରମ୍ୟାନ୍ ଘୋଷଣା କରିଛନ୍ତି ଶହେ ପ୍ରକାର ଅଫର ଦେଇ ଲୋକଙ୍କୁ ଦ୍ୱନ୍ଦରେ ପକାଉଛନ୍ତି ଅନେକ ଟେଲିକମ୍ କଂପାନୀ । କିନ୍ତୁ ଜିଓ ଲୋକଙ୍କୁ ଏମିତି ସେବା ଯୋଗାଇ ଦେବ ଯାହା କି ଲୋକଙ୍କୁ କୈାଣସି ଦ୍ୱନ୍ଦରେ ପକାଇବ ନାହିଁ