ମହିଳାଙ୍କ ପେଟରୁ ବାହାରିଲା ଭଙ୍ଗା ଚାମଚ,ଟୁଥବ୍ରଶ୍ ଓ ପେନ୍ ! ଡାକ୍ତର ହେଲେ ଚକିତ

30

ନୂଆ ଦିଲ୍ଲୀ : ବେଳେବେଳେ ରୋଗୀଙ୍କୁ ଚିକିତ୍ସା କଲା ବେଳେ ଅଜବ ଗଜବ ଘଟଣା ସବୁ ଦେଖିବାକୁ ପାଇଥାନ୍ତି । ଯାହା ଖୁବ୍ ଆଶ୍ଚର୍ଯ୍ୟକର ମନେହୁଏ । ଏମିତି ଏକ ଘଟଣା ଘଟିଛି ଦିଲ୍ଲୀର ଏକ ଡାକ୍ତରଖାନାରେ । ଜଣେ ମହିଳାଙ୍କର କିଛି ଦିନ ଧରି ପେଟ ଯନ୍ତ୍ରଣା ସହ ବାନ୍ତି ବି ହେଉଥିଲା । ଯେତେବେଳେ ସେ ଏ ସମସ୍ୟା ନେଇ ଡାକ୍ତରଙ୍କ ନିକଟକୁ ଯାଇଥିଲେ । ଡାକ୍ତର ପରୀକ୍ଷା କରି ଯାହା କହିଲେ ,ତାହା ଖୁବ୍ ଚକିତ କରିଥିଲା । ମହିଳାଙ୍କର ପେଟରେ କିଛି ବସ୍ତୁର ଅଳିଆ ଭରି ରହିଥିଲା ।

ପତ୍ରିକା ନ୍ୟୁଜରେ ପ୍ରକାଶିତ ତଥ୍ୟ ଅନୁସାରେ , ୪୩ବର୍ଷିୟା ଦିଲ୍ଲୀର ଜଣେ ମହିଳାଙ୍କ ପେଟରେ ଖୁବ୍ ଯନ୍ତ୍ରଣା ସହ ବାନ୍ତି ବି ଲାଗିରହିଥିଲା । ଡାକ୍ତର ଯେତେବେଳେ ସୋନୋଗ୍ରାଫି କଲେ, ଜାଣିବାକୁ ପାଇଲେ ଯେ ମହିଳାଙ୍କ ପେଟରେ ଅନେକ କବାଡି ଜିନିଷ ରହିଥିଲା । ଏହି ସବୁ ଜିନିଷ ମହିଳାଙ୍କ ପେଟକୁ କେମିତି ଆସିଲା ,ଏହା ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ ।

ଏପରି ଅବସ୍ଥାରେ ଡାକ୍ତର ତୁରନ୍ତ ମହିଳାଙ୍କର ଅପରେସନ କରିବାକୁ କହିଥିଲେ । ନୁହେଁତ ଏହା ମହିଳାଙ୍କର ମସ୍ତିସ୍କକୁ ଆକ୍ରାନ୍ତ କରିଥାନ୍ତା । ଅପରେସନ ପରେ ମହିଳାଙ୍କ ପେଟରୁ ବାହାରିଥିଲା ପେନ୍ , ଭଙ୍ଗା ଚାମଚ , ଛୋଟକାଠି ଖଣ୍ଡ , ମୁଣ୍ଡ ଚୁଟି , ଧାତୁ ଚେନ୍ ଏବଂ ଟୁଥବ୍ରଶ୍ । ଏହା ପେଟଭିତରକୁ କେମିତି ଗଲା ଜାଣି ଡାକ୍ତର ଆଶ୍ଚର୍ଯ୍ୟ ହୋଇଛନ୍ତି ।

ଏହାସହ ମଧ୍ୟ ପଢନ୍ତୁ – ବାର୍ ଡ୍ୟାନ୍ସରରୁ ବଲିଉଡ୍ ସ୍କ୍ରିପ୍ଟ ଲେଖକ ! ଅର୍ଥାଭାବରୁ ସାଜିଥିଲେ ବେଶ୍ୟା