ବାର୍ ଡ୍ୟାନ୍ସରରୁ ବଲିଉଡ୍ ସ୍କ୍ରିପ୍ଟ ଲେଖକ ! ଅର୍ଥାଭାବରୁ ସାଜିଥିଲେ ବେଶ୍ୟା

132

2ଦିନେ ଯିଏ ସାଜିଥିଲେ ନିଜ କାହାଣୀର ନିଜେ ନାୟିକା । ସେ ଏବେ ଲେଖୁଛନ୍ତି ଅନେକ ନାୟିକାଙ୍କ କାହାଣୀ । ଦିନେ ଯିଏ ଜିଉଁଥିଲେ ଅନ୍ଧଗଳିର ଜୀବନ । ଏବେ ସେ ଅନେକ କାହାଣୀର ଆଲୋକ ବର୍ତ୍ତିକା । ଅର୍ଥାଭାବ ତାଙ୍କୁ ସଜାଇଥିଲା ବାର୍ ଡାନ୍ସର । ଜଣେ ବେଶ୍ୟା । ଆଜି ତାଙ୍କୁ ସମୟ ସଜେଇଛି ଜଣେ କାହାଣୀକାର୍ । ସେ ହେଉଛନ୍ତି ଶଗୁଫ୍ତା ରଫିକ୍

shagufta-ବଲିଉଡର ଜଣେ ଆଗଧାଡିର ସ୍କ୍ରିପ୍ଟ ଲେଖକ ଭାବେ ଆଜି ଖୁବ୍ ପରିଚିତ ଶଗୁଫ୍ତା ରଫିକ୍ । ଭଟ୍ଟ କ୍ୟାଂପରେ ପକାଇଛନ୍ତି ଚହଳ । ଗୋଟିଏ ପରେ ଗୋଟିଏ ଫିଲ୍ମର ସଂଳାପ ଓ କାହାଣୀ ଲେଖି ସାଜିଛନ୍ତି ଫାୟାର ବ୍ରାଣ୍ଡ । ଫିଲ୍ମ‘ହୋ ଲମହେ’ରୁ ‘ ଆଶିକ୍ ୨’ ଭଳି ବ୍ଲକବଷ୍ଟର ଫିଲ୍ମର କାହାଣୀ ଲେଖି ସାରିଛନ୍ତି ଶଗୁଫ୍ତା ରଫିକ ।

୧୯୬୫ ସେପ୍ଟେମ୍ବର ୨୦ରେ ମୁମ୍ବାଇରେ ଜନ୍ମ ହୋଇଥିଲେ ଶଗୁଫ୍ତା । ପିଲାଦିନୁ ଶିଖିଥିଲେ କ୍ଲାସିକାଲ ଡ୍ୟାନ୍ସ । ହେଲେ ସମୟ ସବୁ ଓଲଟପାଲଟ କରିଦେଇଥିଲା ।୧୧ବର୍ଷ ବୟସରେ ସାଜିଥିଲେ ଜଣେ ଡ୍ୟାନ୍ସର । ଆଉ ଅର୍ଥାଭାବରୁ ବନିଥିଲେ ବାର୍ ଡ୍ୟାନ୍ସର ଓ କରିଥିଲେ ବେଶ୍ୟାବୃତ୍ତି । ଆଜି ସେହି ଅନୁଭବ ଓ ଅନୁଭୂତିକୁ ପାର୍ଥେୟ କରି ଶଗୁଫ୍ତା ଲେଖୁଛନ୍ତି ନୂଆ ନୂଆ କାହାଣୀ ଓ ସଂଳାପ ।

ଏହାସହ ମଧ୍ୟ ପଢନ୍ତୁ – ଆକାଶରୁ ବର୍ଷା ମଣିଷର କଟା ହାତ ଓ ପାଦ ! ଲୋକେ ଦେଖି ଭୟଭୀତ