ଅଳ୍ପକେ ବର୍ତ୍ତିଲା ଜୀବନ ! ଆଗ୍ନେୟଗିରି ଜ୍ୱାଳାମୁଖରୁ ଭୋଲକାନୋଲୋଜିିଷ୍ଟ ହେଲେ ଉଦ୍ଧାର

Advertisment
ଅଳ୍ପକେ ବର୍ତ୍ତିଲା ଜୀବନ ! ଆଗ୍ନେୟଗିରି ଜ୍ୱାଳାମୁଖରୁ ଭୋଲକାନୋଲୋଜିିଷ୍ଟ ହେଲେ ଉଦ୍ଧାର

source-http://www.independent.co.uk

ଜଣେ ଭୋଲକାନୋଲୋଜିଷ୍ଟ ଓ ତାଙ୍କ ଗାଇଡ୍ ଅଳ୍ପକେ ବଂଚିଯାଇଛନ୍ତି ମୃତ୍ୟୁ ମୁଖରୁ । ସକ୍ରିୟ ଲାଭା କବଳରୁ ସେମାନଙ୍କୁ ଉଦ୍ଧାର କରିଛନ୍ତି ଫାୟାରମ୍ୟାନ୍ । ଡେଲି ମେଲରେ ପ୍ରକାଶିତ ଏ ଖବରକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଛି ।

ସୂଚନା ଅନୁସାରେ , ଆର୍ଜେଣ୍ଟିନାର ୬୦ ବର୍ଷିୟ ରୋଡୋଲ୍ଫ ଆଲଭାରେଜ୍ ନିଜ ନିକାରାଗୁଆନ୍ ଗାଇଡ ୨୫ ବର୍ଷିୟ ଆଡ୍ରିଆକ୍ ଭାଲାଡେୟାର୍ସଙ୍କ ସହ ଆଗ୍ନେୟଗିରିର ଜ୍ୱାଳାମୁଖରେ ପଡିଯାଇଥିଲେ । ସେମାନଙ୍କର ଦଉଡି ଛିଣ୍ଡିଯାଇଥିଲା । ଏହାପରେ ସେଠାର ସ୍ଥାନୀୟ ଫାୟାରମ୍ୟାନ୍ ଦଉଡି ଓ କୋଦାଳର ସାହାଯ୍ୟରେ ଆଗ୍ନେୟସ୍ଥଳିରେ ପ୍ରବେଶ କରି ଏହି ଦୁଇଜଣଙ୍କ ଜୀବନ ବଂଚାଇଥିଲେ ।

ସରକାରୀ ସୂତ୍ରାନୁସାରେ , ଆଲଭାରେଜ୍ ଓ ତାଙ୍କ ଗାଇଡଙ୍କ ସ୍ୱାସ୍ଥ୍ୟ ଭଲ ରହିଛି । ଆଗ୍ନେୟସ୍ଥଳୀରେ ଖୁବ୍ ଗରମ ଯୋଗୁଁ ଡିହାଇଡ୍ରେସନ ସମସ୍ୟା ହୋଇଥିଲା ।

ଏହାସହ ମଧ୍ୟ ପଢନ୍ତୁ - ପ୍ରତି ଘଣ୍ଟାରେ ସ୍ନାନ କରନ୍ତି ଏ ଝିଅ ! ନୁହେଁତ ସାପ ଭଳି ହୋଇଯାଉଛି ଚେହେରା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe