ପ୍ରତି ଘଣ୍ଟାରେ ସ୍ନାନ କରନ୍ତି ଏ ଝିଅ ! ନୁହେଁତ ସାପ ଭଳି ହୋଇଯାଉଛି ଚେହେରା

72

ଡେଲି ମେଲରେ ପ୍ରକାଶିତ ଏକ ଖବରକୁ ନେଇ ଖୁବ୍ ଚର୍ଚ୍ଚା । ୧୬ ବର୍ଷିୟା ଶାଳିନୀ ନାମକ ଜଣେ ଭାରତୀୟ ଝିଅ ପ୍ରତି ଘଣ୍ଟାରେ ଗାଧୋଉଛନ୍ତି । ଆଉ ଏହା ସେ ନିଜର ସୈାନ୍ଦର୍ଯ୍ୟ ବଢାଇବା ପାଇଁ ନୁହେଁ । ଏକ ଅଜଣା ରୋଗ କବଳରୁ ବର୍ତ୍ତିବା ପାଇଁ । ଯଦି ସେ ନିଜ ଶରୀରକୁ ନରମ ନରଖିବେ ତ ତ୍ୱଚା ଶୁଖି ସାପର ଛାଲ ପରି ହୋଇଯାଉଛି । ଏଣୁ ଦିନଯାକ ଶାଳିନୀଙ୍କୁ ସ୍ନାନ କରିବାକୁ ପଡୁଛି ଏବଂ ତ୍ୱଚାକୁ ନରମ ରଖିବାକୁ କ୍ରିମ୍ ଲଗାଇବାକୁ ମଧ୍ୟ ପଡୁଛି ।

ଏହି ଅଜବ ରୋଗର ଶୀକାର ଶାଳିନୀଙ୍କ ସୁନ୍ଦର ରୂପ କୁରୂପ ପରି ହୋଇଯାଉଛି । ଲୋକେ ତାଙ୍କୁ ନାଗକନ୍ୟା ଭାବେ ଡାକୁଛନ୍ତି । ସ୍କୁଲରେ ପିଲାମାନେ ଏହି ରୂପ ଦେଖି ଡରିବାରୁ .ତାଙ୍କୁ ସ୍କୁଲରୁ ବାହାର କରିଦିଆଯାଇଛି । ପ୍ରତି ୬ ସପ୍ତାହରେ ଶାଳିନୀଙ୍କ ଚର୍ମ ଛାଡୁଥିବାରୁ ତାଙ୍କୁ ଲୋକେ ନାଗକନ୍ୟା ଭାବେ ଡାକୁଛନ୍ତି ।

‘ଇରିଥ୍ରୋଡରମା’ନାମକ ଏକ ରୋଗର କାରଣରୁ ଶାଳିନୀଙ୍କ ତ୍ୱଚା ଶୁଖି ଯାଉଛି ଏବଂ ପ୍ରତି ୪୨ ଦିନରେ ନୂଆ ତ୍ୱଚା ଶରୀରରୁ ଛାଡିଯାଉଛି । ପିଲାଦିନୁ ହିଁ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି ଶାଳିନୀ । ତ୍ୱଚା ଛାଡିବାରୁ ଶାଳିନୀଙ୍କ ଶରୀରରୁ ଅସହ୍ୟ ଯନ୍ତ୍ରଣା ସହ ରକ୍ତ ବାହାରୁଛି ମଧ୍ୟ । ଡାକ୍ତରମାନେ ମଧ୍ୟ ଏହି ରୋଗର ଚିକିତ୍ସା କରିବାରେ ଅସମର୍ଥ । ଶାଳିନୀଙ୍କ ବାପା-ମା ଅନେକ ଡାକ୍ତରଙ୍କୁ ଦେଖାଇବା ପରେ ବି କିଛି ଲାଭ ହୋଇନି ଏଯାଏ ।

ଏହାସହ ଦେଖନ୍ତୁ ଏହି ଭିଡିଓ –

ଏହାସହ ମଧ୍ୟ ପଢନ୍ତୁ – ରିଲିଏନ୍ସ ଜିଓର ନୂଆ ଧମାକା : ପ୍ରାଇମ୍ ମେମ୍ବରସିପ୍ ପ୍ଲାନରେ ଜିଓ ଗ୍ରାହକ ପାଇବେ ଡାଟା