ଅଦ୍ଭୂତ ଆଶ୍ଚର୍ଯ୍ୟ : ତିନି ଗୋଡ ଥାଇ ଶିଶୁ କନ୍ୟା ଜନ୍ମ !

35

India Surrogacy Banବିଜ୍ଞାନ ଓ ଚିକିତ୍ସା କ୍ଷେତ୍ରରେ ଅନେକ ଉପଲବଧି ପରେ ବି ପ୍ରକୃତିର ରହସ୍ୟକୁ କେହି ଭେଦ କରିପାରିନାହାଁନ୍ତି । ଏହା ମନୁଷ୍ୟକୁ ଚମତ୍କାରିତା ଲାଗେ । ଏମିତି ଏକ ଘଟଣା ତେଲେଙ୍ଗାନାରେ ଘଟିଛି । ଏକ ତିନିଗୋଡିଆ ଶିଶୁ କନ୍ୟା ଜନ୍ମ ନେଇଛି । ନଇ ଦୁନିଆରେ ପ୍ରକାଶିତ ଏହି ଖବରକୁ ନେଇ ଚାରିଅ।ଡେ ଚର୍ଚ୍ଚାର ମାହୋଲ ।

ପ୍ରକାଶିତ ସୂଚନା ଅନୁସାରେ ,ରାଜ୍ୟର ଜନଗାଓଁ ଜିଲ୍ଲା ନିକଟରେ ଥିବା ସରକାରୀ ଡାକ୍ତରଖାନାରେ ଶ୍ରୀଲଥା ନାମ୍ନୀ ଜଣେ ମହିଳା ଏହି ତିନି ଗୋଡିଆ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ପିଲାଟିର ଅଣ୍ଟା ନିକଟରେ ଏହି ଗୋଡଟି ଲାଗିଛି । ମେରୁଦଣ୍ଡ ସହ ଗୋଡର ହାଡ ସଂଲଗନ ଭାଗରେ ଏହି ଗୋଡଟି ରହିଛି । କିନ୍ତୁ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି । ଅସ୍ତ୍ରୋପଚାର ଦ୍ୱାରା ଏହି ଗୋଡଟିକୁ ଶିଶୁଟିର ଶରୀରରୁ ଅଲଗା କରାଯିବ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ।

ଏକାଧିକ ଅଙ୍ଗପ୍ରତ୍ୟଙ୍ଗ ସହ ପିଲା ଜନ୍ମନେବା ଏକ ବିରଳ ଘଟଣା ହୋଇଥିଲେ ମଧ୍ୟ ଚିକିତ୍ସା ବିଜ୍ଞାନରେ ଏହାକୁ ଏକ ସାଧାରଣ ଏକ ସାଧାରଣ ଘଟଣା ଭାବେ ଗଣନା କରାଯାଏ । ଶରୀରରେ ବେଳେବେଳେ ଦୁଇଟି ଭ୍ରୃଣ ଏକାଠି ବଢୁଥିବା ବେଳେ ଏପରି ଅସ୍ୱାଭାବିକ ଘଟଣା ଘଟିଥାଏ ବୋଲି ଡାକ୍ତରଙ୍କ ସୂତ୍ରରୁ ଜଣା ।

ଏହାସହ ମଧ୍ୟ ପଢନ୍ତୁ- ଫୋନ ନିଶାରେ ଗଲା ଜୀବନ ! ଚାର୍ଜ କରୁଥିବା ବେଳେ କଥା ହେବା ହେଲା କାଳ