ଫୋନ ନିଶାରେ ଗଲା ଜୀବନ ! ଚାର୍ଜ କରୁଥିବା ବେଳେ କଥା ହେବା ହେଲା କାଳ
ମୋବାଇଲ ଫୋନ୍ ଏବେ ଲୋକଙ୍କ ଜୀବନଶୈଳୀ ସହ ଅଙ୍ଗାଙ୍ଗୀ ଭାବେ ଜଡିତ । ଲୋକେ ଖାଇବା ପଛେ ଭୁଲିଯିବେ ,ହେଲେ ଫୋନକୁ ନୁହେଁ । ଏମିତି ନଜିର ଦେଖିବାକୁ ମିଳୁଛି । ଅନେକ ସମୟରେ ଏହି ମୋବାଇଲ ଯୋଗୁଁ ନାନା ଦୁର୍ଘଟଣା କଥା ସାମ୍ନାକୁ ମଧ୍ୟ ଆସୁଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏମିତି ଏକ ଖବର ପ୍ରକାଶିତ ହୋଇଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ । ଲଣ୍ଡନରେ ଘଟିଛି ଏହି ଘଟଣା । ଜଣେ ୩୨ ବର୍ଷିୟ ବ୍ୟକ୍ତି ଗାଧୋଉଥିବା ବେଳେ ଆଇଫୋନ ଚାର୍ଜ କରୁଥିଲେ । ଏହି ସମୟରେ କରେଣ୍ଟ ଲାଗିଯାଇଥିଲା । ଫଳରେ ସେହି ବ୍ୟକ୍ତିର ସେହି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା ।
ସୂଚନା ଅନୁସାରେ, ଏହି ବ୍ୟକ୍ତି ଫୋନ ଚାର୍ଜ କରୁଥିବା ବେଳେ ଫୋନକୁ ବ୍ୟବହାର କରୁଥିଲେ । ଯାହାକି ସେତେବେଳେ ପାଣିରେ ପଡିଯାଇଥିଲା । ଆଉ ବ୍ୟକ୍ତିଙ୍କୁ କରେଣ୍ଟ ଲାଗିଥିଲା । ମାମଲାକୁ ଯାଂଚ କରୁଥିବା ଡାକ୍ତର ଆପୋଲକୁ ରିପୋର୍ଟ ଦେବେ ବୋଲି କହିଛନ୍ତି ।
ଏହାସହ ମଧ୍ୟ ପଢନ୍ତୁ- ଦିନରେ ବି ଜଳିବ ଗାଡି ହେଡଲାଇଟ୍ ! ଦୁର୍ଘଟଣା ରୋକିବାକୁ ସରକାରଙ୍କ ନୂଆ ନିୟମ