‘ରଖେ ହରି ମାରେ କିଏ’! ପାଣି ସୁଅରୁ ସୁରକ୍ଷିତ ବଂଚିଲା ପିଲା, ଭିଡିଓ ସୋସିଆଲ ମିଡିଆରେ ଭାଇରାଲ

42

ବେଳେବେଳେ ଏମିତି ଅସମ୍ଭବ ଘଟଣା ସବୁ ଘଟେ, ଯାହା ଆମକୁ ଆଶ୍ଚର୍ଯ୍ୟ ଲାଗେ । ଆଉ ଭଗବାନଙ୍କ ଅସ୍ତିତ୍ୱ ଉପରେ ବିଶ୍ୱାସ ଦୃଢ ହୁଏ । ଏମିତି ଏକ ଘଟଣାର ଭିଡିଓ ସୋସିଆଲରେ ଖୁବ୍ ଭାଇରାଲ ।

କଥାରେ କୁହାଯାଏ , ‘ ରଖେ ହରି ମାରେ କିଏ’ । ଏକଥା ସତ ହୋଇଛି ଏହି ଘଟଣାରେ । ଯାହାକୁ ଲୋକେ ଦେଖି ବିସ୍ମିତ ହୋଇଯାଇଛନ୍ତି । ଜଣେ ଛୋଟ ପିଲା ବଢି ପାଣି ଘେରରେ ଫସି ଯାଇଥିଲା । ପାଣି ସୁଅ ପିଲାଟି ଉପରକୁ ମାଡି ଆସୁଥିଲା । ସପୂର୍ଣ୍ଣ ରୂପେ ପାଣିସୁଅରେ ବନ୍ଦି ହୋଇଯାଇଥିଲା ପିଲାଟି । ଡରରେ ପାଟିକରି କାନ୍ଦୁଥାଏ । ଲୋକେ କିଛି ଦୂରେର ଉପାୟ ଶୂନ୍ୟ ହୋଇ ଛିଡା ହୋଇ ଖାଲି ଦେଖୁଥିଲେ । ପିଲାଟି ଜୀବନ ମୃତ୍ୟୁର ଯୁଦ୍ଧ ଲଢୁଥିଲା ଯେମିତି । ହେଲେ ପୁରା ସୁରକ୍ଷିତ ଭାବେ ପିଲାଟି ପାଇଥିଲା ଜୀବନ । ତାର କିଛି ବି କ୍ଷତି ହୋଇନଥିଲା ।

ଦେଖନ୍ତୁ ଏହି ଭିଡିଓ –

ଏହାସହ ମଧ୍ୟ ପଢନ୍ତୁ- ମଇଁଷି ଜନ୍ମ କଲା ମଣିଷ ପରି ଛୁଆ ! ସୋସିଆଲ ମିଡିଆରେ ଭାଇରାଲ