ମଇଁଷି ଜନ୍ମ କଲା ମଣିଷ ପରି ଛୁଆ ! ସୋସିଆଲ ମିଡିଆରେ ଭାଇରାଲ

121

ଥାଇଲ୍ୟାଣ୍ଡ : ବେଳେବେଳେ ଏମିତି ସବୁ ଅସମ୍ଭବ ଘଟଣା ଘଟେ ଯାହାକୁ ଜାଣି ଆଶ୍ଚର୍ଯ୍ୟ ଲାଗେ । ଅବିଶ୍ୱାସ ଭିତରେ ବି ଏସବୁ ଘଟଣାକୁ ବିଶ୍ୱାସ କରିବାକୁ ପଡିଥାଏ । କିଛିଦିନ ପୂର୍ବରୁ ଥାଇଲ୍ୟାଣ୍ଡର ଏକ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଜଣେ ମହିଳା ଗାଈ ଛୁଆ ଜନ୍ମ ଦେଇଥିଲେ । ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ଏବେ ଥାଇଲ୍ୟାଣ୍ଡରେ ଘଟିଛି ସେହିପରି ଆଉଏକ ଘଟଣା । ଯାହା ତାଜୁବ କରିଛି ଲୋକଙ୍କୁ ।

ଏକ ମଇଁଷି ଜନ୍ମ କରିଛି ମଣିଷ ପରି ଅବିକଳ ଦେଖାଯାଉଥିବା ଏକ ଛୁଆ । ଏହାକୁ ଦେଖିବାକୁ ଚାରିଆଡୁ ଲୋକେ ରୁଣ୍ଡ ହୋଇଥିଲେ । ଜନ୍ମ ହେବାର କିଛି ମସୟ ପରେ ଏ ମଣିଷ ରୂପି ମଇଁଷି ଛୁଆଟି ମରିଯାଇଥିଲା । କିନ୍ତୁ ଲୋକଙ୍କ ମନରେ କୈାତୁହଳ ଲାଗିରହିଥିଲା ଯେ ଏମିତି ଚମତ୍କାର କେମିତି ହୋଇପାରେ । ଏକ ମଇଁଷି ପେଟରୁ ମଣିଷ ପରି ଛୁଆ ଜନ୍ମ ହେବା ଆଶ୍ଚର୍ଯ୍ୟ କରିଛି ସମସ୍ତଙ୍କୁ ।

ଲୋକେ ଏହି ଛୁଆଟି ବଂଚିବା ପାଇଁ ଅନେକ ପୂଜାର୍ଚ୍ଚନା କରିଥିଲେ । ହେଲେ ଛୁଆଟି ମରିଯାଇଥିଲା । ଲୋକେ ବେବି ପାଉଡରରେ ଏହି ଛୁଆକୁ ମାଲିସ କରି , ଗାତ ଖୋଳି ପୋତି ଦେଇଥିଲେ ।

ଏହାସହ ଦେଖନ୍ତୁ ଏହି ଭିଡିଓ-

ଏହାସହ ମଧ୍ୟ ପଢନ୍ତୁ –-ବାପା ବନିଲେ ୧୨ ବର୍ଷୀୟ ବାଳକ ! ୧୭ ବର୍ଷୀୟା ଯୁବତୀ ଜନ୍ମ ଦେଲେ କନ୍ୟା ସନ୍ତାନ