କୁକୁରର ଦାମ୍ ୩୦ କୋଟି ! କିଣିବା ଯେତିକି ମହଙ୍ଗା, ସାଇତିବାରେ ଖୁବ୍ ଖର୍ଚ୍ଚ

64

ଅନେକ ଲୋକଙ୍କର କୁକୁର ପାଳିବାର ବହୁତ ସଉକ୍ । ହଜାର ହଜାର ଟଙ୍କାର ଦାମୀ କୁକୁର ଆଣି ଘରେ ରଖିଥାନ୍ତି । ଆଉ ଜଣେ ମଣିଷ ଭଳି ତାର  ଯତ୍ନ ନେଇଥାନ୍ତି । କିନ୍ତୁ କେବେ ଶୁଣିଛନ୍ତି କୁକୁରର ଦାମ୍ ୩୦ କୋଟିରୁ ଅଧିକ ହୋଇଥିବାର । ହେଲେ ଏହା ସତ ଯେ ଏମିତି ଏକ କୁକୁରର ଦାମ ଅଛି । ଯାହାକୁ ୩୦ କୋଟି ଟଙ୍କାରେ କିଣିଛନ୍ତି ଜଣେ ବ୍ୟକ୍ତି ।

ପ୍ରକାଶିତ ଖବର ଅନୁସାରେ ,ରାଜସ୍ଥାନର ରାଜଧାନୀ ଜୟପୁରରେ ଦଶହରା ମଇଦାନରେ ଏକ ଡଗ ଶୋ’ର ଆୟୋଜନ କରାଯାଇଥିଲା । ଯେଉଁଥିରେ ଦେଶ–ବିଦେଶରୁ ୪୦ ପ୍ରଜାତିର ୨ଶହରୁ ଅଧିକ କୁକୁର ଭାଗ ନେଇଥିଲେ ।  କିନ୍ତୁ ଏ ଶୋ ରେ ସମସ୍ତଙ୍କର ନଜର ଥିଲା ତିବେତିୟନ ମଷ୍ଟିଫ୍ ପ୍ରଜାତିର ଏକ କୁକୁର ଉପରେ । ଯାହାକୁ ଦିଲ୍ଲୀରୁ ଅଣାଯାଇଥିଲା ।ଏହି ପ୍ରଜାତିର କୁକୁରଙ୍କର ଦାମ୍ ଇଣ୍ଟରନ୍ୟାସନାଲ ମାର୍କେଟରେ ୧୫ରୁ ୩୦ କୋଟି ଟଙ୍କା । ଏହି କୁକୁରଟିକୁ ଦିଲ୍ଲୀର ଜଣେ ବ୍ୟକ୍ତି ଚୀନରୁ କିଣିଥିଲେ ।

ଏହି ପ୍ରଜାତିର କୁକୁରକୁ କିଣିବା ଯେତିକି ମହଙ୍ଗା ,ଏହାର ଦେଖାଶୁଣାରେ ମଧ୍ୟ ଖୁବ୍ ଅର୍ଥ ଖର୍ଚ୍ଚ ହୁଏ । ଏମାନେ ଭାରି ସୈାଖିନ୍ ଜୀବ । ୨୪ ଘଣ୍ଟା ଏସି ଭିତରେ ରହିଥାନ୍ତି । ୧୫ ଦିନରେ ଥରେ ଏମାନଙ୍କୁ ସ୍ପା କରିବାକୁ ପଡେ । ଆଉ ଖାଦ୍ୟ ଜର୍ମାନୀ ଓ ଇରାନରୁ ଆସେ ଏହି କୁକୁର ପାଇଁ । ଏହି କୁକୁରଙ୍କ ଆକାର ୩୨ ଇଂଚ ହୋଇଥିବା ବେଳେ ଓଜନ ୭୦-୮୦ କିଗ୍ରା ।

ଏହାସହ ମଧ୍ୟ ପଢନ୍ତୁ – ଜାହାଜ ସାଜିଛି ବାସସ୍ଥାନ ! ଲୋକେ ସ୍ଥାୟୀ ଭାବେ ବର୍ଷ ବର୍ଷ ଧରି ରହୁଛନ୍ତି