ଜାହାଜ ସାଜିଛି ବାସସ୍ଥାନ ! ଲୋକେ ସ୍ଥାୟୀ ଭାବେ ବର୍ଷ ବର୍ଷ ଧରି ରହୁଛନ୍ତି

44

ଏହା ବିଶ୍ୱର ଏକ ବିରାଟ ପର୍ଯ୍ୟଟନ ଜାହାଜ । ଏଥିରେ ଲୋକେ କିଛି ଦିନ ବା ମାସ ପାଇଁ ନୁହେଁ ସ୍ଥାୟୀ ଭାବେ ରହିଥାନ୍ତି । ୨୦୦୨ ମସିହାରୁ ଏହା ପୁରା ବିଶ୍ୱ ଭ୍ରମଣ କରୁଛି । ଏଥିରେ ସବୁ ସୁବିଧା ଉପଲବ୍ଧ ।

୧୬୫ଟି ସ୍ୱତନ୍ତ୍ର କୋଠରୀ ବିଶିଷ୍ଟ ଏଥିରେ ରହିଛି ଆପାର୍ଟମେଂଟ ଓ ଷ୍ଟୁଡିଓ ଆପାର୍ଟମେଂଟ । ଆଉମଧ୍ୟ ଏଥିରେ ରହିଛି ପାଠ ପଢିବାର ସୁବିଧା । ଡାଇଭିଂ ପାଠ୍ୟ ସହ ବିଭିନ୍ନ ପ୍ରକାର ବିଷୟର ଶ୍ରେଣୀ ବିଭାଗ ରହିଛି । ୱାଇନ ଟେଷ୍ଟିଂ ଓ ବିଶ୍ୱ ସଂସ୍କୃତିର ପାଠ ମଧ୍ୟ ଏହି ଜାହାଜରେ ଶିକ୍ଷା ଯାଉଛି । ଏହାସହ ଗ୍ରୋସରୀ ଷ୍ଟୋର ,ଫିଟନେସ୍ ସେଂଟର ଓ ୬ଟି ରେଷ୍ଟୁରାଂଟ ମଧ୍ୟ ରହିଛି । ସାଧାରଣ ଜୀବନରେ ଯାହା ନିହାତି ଆବଶ୍ୟକ ତା ସହ ଆଉ କିଛି ଉନ୍ନତ ସୁଯୋଗ ଏହି ଆବାସୀୟ ପର୍ଯ୍ୟଟନ ଜାହାଜରେ ଖଂଜା ଯାଇଛି ।

ଏହାସହ ମଧ୍ୟ ପଢନ୍ତୁ – ବିଶ୍ୱର ସବୁଠୁ ଛୋଟ ମୋବାଇଲ ଫୋନ ! ୧ ଇଂଚ ସ୍କ୍ରିନ୍ ସହ ୩୨ ଗ୍ରାମ ଓଜନ