ଦୁବାଇରୁ ସ୍ୱତନ୍ତ୍ର ବିମାନରେ ଓଡିଶା ଫେରିଲେ ୧୫୧ ପ୍ରବାସୀ ଓଡ଼ିଆ । ସ୍ୱତନ୍ତ୍ର ବସରେ ନିଜ ନିଜ ଜିଲ୍ଲାର ସଙ୍ଗରୋଧ କେନ୍ଦ୍ରକୁ ଗଲେ ଯାତ୍ରୀ । ଭୁବନେଶ୍ୱରର ସଙ୍ଗରୋଧ କେନ୍ଦ୍ରରେ ରହିବେ ବରଗଡ଼, ବାଲେଶ୍ୱର ଓ ନୟାଗଡ଼ର ପ୍ରବାସୀ ଓଡିଆ ।

254

କନକ ବ୍ୟୁରୋ : ଦୁବାଇରୁ ଫେରିଲେ ପ୍ରବାସୀ ଓଡିଆ । ୧୫୧ ଜଣ ଓଡିଆଙ୍କୁ ନେଇ ଭୁବନେଶ୍ୱର ପହଞ୍ଚିଛି ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ । ଏମାନଙ୍କ ମଧ୍ୟରେ ରହିଛନ୍ତି ୨ ଜଣ ଶିଶୁ । ଓଡିଶାର ୧୨ ଜିଲ୍ଲାର ଲୋକ ଆସିଛନ୍ତି । ଭାରତୀୟ ସମୟ ଅନୁସାରେ ଗତକାଲି ସଂଧ୍ୟା ୬ଟାରେ ଦୁବାଇ ଇଂଟରନ୍ୟାସନାଲ ଦ୍ୱିତୀୟ ଟର୍ମିନାଲରୁ ବିମାନ ଉଡାଣ ଭରିଥିଲା । ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଗତକାଲି ରାତି ପ୍ରାୟ ୯ଟା ୧୫ ମିନିଟରେ ପହଞ୍ଚିଥିଲା ବିମାନ । ବିମାନ ଅତବରଣ କରିବା ପରେ ସାମାଜିକ ଦୂରତା ରକ୍ଷା କରାଯିବା ସହ ସମସ୍ତଙ୍କ ଯାଂଚ ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ହାତରେ ଅଲିଭା କାଳିରେ ଷ୍ଟାମ୍ପ ଲଗାଯାଇଥିଲା ।

ଖୋର୍ଦ୍ଧା, କଟକ, ଗଂଜାମ, ଜଗତସିଂହପୁର, ଯାଜପୁର ଜିଲ୍ଲାର ଯାତ୍ରୀଙ୍କ ପାଇଁ ବସ୍ ବ୍ୟବସ୍ଥା ହୋଇଛି । ତେବେ ବରଗଡ଼, ବାଲେଶ୍ୱର ଓ ନୟାଗଡ଼ ଯିବାକୁ ଥିବା ଯାତ୍ରୀମାନଙ୍କ ପାଇଁ ଭୁବନେଶ୍ୱରରେ ଥିବା କ୍ୱାରେଂଟିନ୍ ସେଂଟରରେ ରହିବାକୁ ବ୍ୟବସ୍ଥା ହୋଇଛି । କଟକ-ଭୁବନେଶ୍ୱରର ଯାତ୍ରୀ ଚାହିଁଲେ ନିଜ ଘରେ ସଂଗରୋଧରେ ରହିପାରିବେ । କିନ୍ତୁ ସରକାରଙ୍କ ସବୁ ନିୟମକୁ ମାନିବାକୁ ପଡିବ ।

ଭୁବନେଶ୍ୱରରେ ମଧ୍ୟ ପେଡ୍ କ୍ୱାରେନଟାଇନ ସେଂଟରର ବ୍ୟବସ୍ଥା କରାଯାଇଛି । ଯେଉଁମାନେ ଚାହିଁବେ ସେମାନେ ଭୁବନେଶ୍ୱରର ବିଭିନ୍ନ ହୋଟେଲରେ ହୋଇଥିବା ପେଡ କ୍ୱାରେନଟାଇନ ସେଂଟରରେ ରହିପାରିବେ । ଭାରତୀୟ ଦୂତାବାସ ପକ୍ଷରୁ ଅନୁମତି ମିଳିିବା ପରେ ଦୁବାଇରେ ଫସି ରହିଥବା ୨ ଲକ୍ଷ ଭାରତୀୟ ନିଜ ଦେଶକୁ ଫେରିବା ପାଇଁ ପଂଜିକରଣ କରିଥିବା ବେଳେ ସେମାନଙ୍କ ମଧ୍ୟରେ ୨ ହଜାର ଓଡିଆ ଥିବା ସୂଚନା ମିଳିଛି ।