ଇନ୍ଦିରା ନେଉଥିଲେ ମୋଦିଙ୍କ ମତ ! ସୋସିଆଲ୍ ମିଡିଆରେ ଭାଇରାଲ୍ ଫଟୋର ସତ ।

Advertisment
ଇନ୍ଦିରା ନେଉଥିଲେ ମୋଦିଙ୍କ ମତ ! ସୋସିଆଲ୍ ମିଡିଆରେ ଭାଇରାଲ୍ ଫଟୋର ସତ ।

ବାସ୍ତବରେ କଣ ନରେନ୍ଦ୍ର ମୋଦି ଏବଂ ସ୍ୱର୍ଗତ ଇନ୍ଦିରା ଗାନ୍ଧିଙ୍କ ମଧ୍ୟରେ ସେଭଳି କୌଣସି ନିବିଡ଼ ସଂପର୍କ ରହିଥିଲା ? ଆମେ ଏପରି କହିବାର ତାତ୍ପର୍ଯ୍ୟ ହେଲା, ନିକଟରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ପୂର୍ବତନ ତଥା ସ୍ୱର୍ଗତ ଇନ୍ଦିରା ଗାନ୍ଧିଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍ ହେବାରେ ଲାଗିଛି । ଆଉ ଶୁଣିବାକୁ ମିଳିଛି କି ମୋଦି କାଳେ ଇନ୍ଦିରା ଗାନ୍ଧିଙ୍କୁ କୌଣସି ପ୍ରସଙ୍ଗ ଉପରେ ଜ୍ଞାନ ଦେଉଛନ୍ତି ବୋଲି । ତେବେ ଏହା ସତ ନା ଏହା ପଛରେ କୌଣସି କାହାଣୀ ରହିଛି ତାହା ଜାଣିବା ପାଇଁ ପଢନ୍ତୁ ଏହି ଖବର ।

ସୂଚନା ମୁତାବକ, ଭାଇରାଲ୍ ହୋଇଥିବା ଏହି ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଫଟୋରେ ନଜର ଆସିଛନ୍ତି ବୈଜ୍ଞାନିକ ଏପିଜେ ଅବଦୁଲ୍ କଲାମ ଇନ୍ଦିରା ଗାନ୍ଧି ଏବଂ ଏହି ସମୟରେ ତାଙ୍କୁ କୌଣସି ଗୁରୁତ୍ୱପୂର୍ଣ୍ଣ କଥା ସଂପର୍କରେ ସୂଚନା ଦେଉଛନ୍ତି ଜଣେ ଯୁବକ ଆଉ ଯାହାକୁ ଇନ୍ଦିରା ଗାନ୍ଧି ଗଭୀରତାର ସହ ଶୁଣୁଛନ୍ତି । ତେବେ ଏହି ସମୟରେ ଉଭୟଙ୍କ ମଧ୍ୟରେ ଠିଆ ହୋଇଥିବା ତଥା ଇନ୍ଦିରାଙ୍କୁ ବୁଝାଉଥିବା ଯୁବକ ଜଣକ କାଳେ ନରେନ୍ଦ୍ର ମୋଦି ଅଟନ୍ତି ବୋଲି ଶୁଣିବାକୁ ମିଳିଛି । ଯାହାର ଫଟୋ ବର୍ତ୍ତମାନ ବିଭିନ୍ନ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଶୁଣିବାକୁ ମିଳିଛି କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଳେ କିଶୋରବସ୍ଥାରୁ ହିଁ ଇସ୍ରୋ କାର୍ଯ୍ୟକ୍ରମରେ ଇନ୍ଦିରା ଗାନ୍ଧିଙ୍କୁ ସହଯୋଗ କରୁଥିଲେ ।

ଏବେ ପ୍ରଶ୍ନ ଉଠିଛି କି, ଭାଇରାଲ୍ ହୋଇଥିବା ଏହି ଫଟୋଟିରେ ବାସ୍ତବରେ କଣ ମୋଦି ହିଁ ଇନ୍ଦିରା ଗାନ୍ଧିଙ୍କ ନିକଟରେ ଠିଆହୋଇଥିଲେ ! କଣ ଇନ୍ଦିରା ଗାନ୍ଧି, ମୋଦିଙ୍କୁ ମହାକାଶ କାର୍ଯ୍ୟକ୍ରମରେ ସାମିଲ କରୁଥିଲେ । ତେବେ ଏହି ଫଟୋରେ ନରେନ୍ଦ୍ର ମୋଦିଙ୍କୁ ଯୁବାବସ୍ଥାରେ ଦେଖିବାକୁ ମିଳିଛି । ଯାହାର ଅର୍ଥ ହେଲା କି , ଏହି ଫଟୋଟି ହେଉଛି ବହୁତ ପୁରୁଣା ।

publive-imageତଦନ୍ତ ପରେ ଏହାର ପ୍ରକୃତ ଘଟଣାଟି ସାମ୍ନାକୁ ଆସିଥିଲା କି, ୧୯୮୦ର ମିଳିଥିବା ଏକ ଫଟୋରେ, ଯେଉଁଥିରେ ଅବଦୁଲ୍ କଲାମ, ଇନ୍ଦିରା ଗାନ୍ଧିଙ୍କ ଗ୍ରହଣରେ ମୋଦି ନୁହେଁ ବରଂ ବିଶ୍ୱ ବିଖ୍ୟାତ ତଥା ପଦ୍ମ ବିଭୁଷଣ ସମ୍ମାନିତ ସ୍ପେସ୍ ସାଇଂଟିଷ୍ଟ ସତିଶ ଧବନ ଠିଆ ହୋଇଛନ୍ତି । ଯାହା ସ୍ପଷ୍ଟ କରିଥିଲା କି, ଏହି ଫଟୋଟିକୁ କିଛି ଅସାମାଜିକ ବ୍ୟକ୍ତି ମୋଦିଙ୍କର କହି ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି । ଅର୍ଥାତ୍ ଏହି ଫଟୋଟି ଏକ ମିଛି ଫଟୋ ଅଟେ ।

ଏହାସହ ମଧ୍ୟ ପଢନ୍ତୁ- ଯୋଗୀ ପିଉଛନ୍ତି ଗୋମୁତ୍ର ! ଜାଣନ୍ତୁ ଏହି ଭାଇରାଲ୍ ଫଟୋର ଅସଲ କାହାଣୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe