ଯୋଗୀ ପିଉଛନ୍ତି ଗୋମୁତ୍ର ! ଜାଣନ୍ତୁ ଏହି ଭାଇରାଲ୍ ଫଟୋର ଅସଲ କାହାଣୀ

60

ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ମିଛ ଫଟୋ ସେୟାର କରିବା ଭଳି ଲଜ୍ଜାଜନକ ମାମଲା ଥମିବାର ନାଁ ନେଉନି । ଯାହାର ଶିକାର ଏଥରକ ହୋଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ତେବେ ଫଟୋସପ୍ ସାହାର୍ଯ୍ୟରେ ଯୋଗୀଙ୍କର ଏକ ଫଟୋକୁ ବିକୃତ କରି ତାକୁ ସୋସିଆଲ ମିଡିଆରେ ପୋଷ୍ଟ କରାଯିବାପରେ ସାଧାରଣରେ ଦେଖାଦେଇଥିଲା ତୀବ୍ର ଅସନ୍ତୋଷ । ଖାଲି ସେତିକି ନୁହେଁ ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ ମଧ୍ୟ କରିଛି । ଏମାନଙ୍କ ମଧ୍ୟରୁ ଜଣେ ନିଜ ଫେସବୁକରେ ଏହି ଫଟୋଟିକୁ ପୋଷ୍ଟ କରିିବାବେଳେ ଅନ୍ୟ ଦୁଇ ଜଣ ଉକ୍ତ ଫଟୋଟିକୁ ଲାଇକ୍ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ।

ତେବେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଯେଉଁ ଫଟୋଟି ଏବେ ବିଭିନ୍ନ ସୋସିଆଲ୍ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍ ହେବାରେ ଲାଗିଛି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ସେଥିରେ ଯୋଗୀଙ୍କୁ ଗୋମୁତ୍ର ପିଉଥିବାର ଦର୍ଶାଯାଇଛି । ଯାହାକୁ ଫଟୋସପ୍ ମାଧ୍ୟମରେ ବିକୃତ କରାଯାଇଛି ।

ଏହି ଭାଇରାଲ ହୋଇଥିବା ଫଟୋଟିରେ ଗୋଟିଏ ପଟେ ଯୋଗୀ ଗୋମୁତ୍ର ପିଉଛନ୍ତି ଏବଂ ଏହାର ଅନ୍ୟ ପଟେ ହ୍ୟାଣ୍ଡପମ୍ପରେ ଯୋଗୀ ପାଣି ପିଉଥିବାର ଦେଖାଯାଇଛି । ତେବେ ଏଥିରୁ ଆପଣ ବୁଝିପାରୁଥିବେ କି ଫଟୋଟିକୁ ବିକୃତ କରିବା ଉଦ୍ଦେଶ୍ୟରେ କିଛି ମନ୍ଦବ୍ୟକ୍ତି ହ୍ୟାଣ୍ଡପମ୍ପ ସ୍ଥାନରେ ଗାଇର ଫଟୋ ଲଗାଇ ଦେଇଥିଲେ ।

ଏହା ସହ ମଧ୍ୟ ପଢନ୍ତୁ- ବିଦ୍ୟାଳୟରେ ଆପଣ ପଢିଥିବା ଏହି ୪ଟି କଥା ଅଟେ ଭୁଲ ! ଜାଣନ୍ତୁ ଏହାର ସତ୍ୟତା