ବିଦେଶୀ କନିଆକୁ ଦେଶୀ ବର : ମଥାରେ ସିନ୍ଦୁର, ପାଦରେ ଅଳତା ନାଇ ଓଡ଼ିଆ ପୁଅକୁ ବିବାହ କଲେ ସ୍ପେନ୍ ସୁନ୍ଦରୀ

5,536

କନକ ବ୍ୟୁରୋ : ପ୍ରେମ ମାନେ ନାହିଁ ବନ୍ଧବାଡ । ପ୍ରେମ ଦେଖେ ନାହିଁ ଜାତି ଧର୍ମ । ପ୍ରେମ କହିଲେ ଦୁଇଟି ମନ ମିଳନ । ସେ ମିଳନ ସାତଦରିଆ ପାରିରେ ହୋଇପାରେ । ବିଦେଶରେ ଗଢି ଉଠିଥିବା ସେମିତି ଏକ ପ୍ରମ ପକ୍ଷୀଙ୍କୁ ଓଡିଶାରେ ମିଳିଛି ସ୍ୱୀକୃତି । ହିନ୍ଦୁ ରୀତିନୀତି ଓ ପଣ୍ଡିତଙ୍କ ମନ୍ତ୍ର ଧୋନୀରେ ଓଡିଆ ବରଙ୍କ ହାତରୁ ସିନ୍ଦୁର ପିନ୍ଧିଛନ୍ତି ସ୍ପେନ୍ କନିଆ ।

ବିଦେଶୀ ଝିଅ ସାଜିଲେ ଓଡ଼ିଆ ବୋହୂ । ମଥାରେ ସିନ୍ଦୁର ସହ ପାଦରେ ଅଳତା ନାଇଲେ ଆଉ ସାତ ଜନ୍ମ ପାଇଁ ଓଡ଼ିଆ ପୁଅଙ୍କ ସହ ରହିବାକୁ ଶପଥ ବି ନେଲେ । ଭୁବନେଶ୍ୱରର ଏକ ତାରକା ହୋଟେଲରେ ରବିବାର ଦିନ ଏମିତି ଏକ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯେଉଁଠାରେ ନିଜର ମନର ମଣିଷ ସହ ସୁଖର ସଂସାର କରିବା ପାଇଁ ସୁଦୂର ସ୍ପେନରୁ ଧାଇଁଆସିଥିଲେ ଯୁବତୀ ମାର୍ତ୍ତା ସାନ୍ତାମାରିଆ । ମାର୍ତ୍ତାଙ୍କ ସ୍ୱାମୀ ସାଜିଥିଲେ ଓଡ଼ିଆ ପୁଅ ତଥା ଲଣ୍ଡନର ବ୍ୟାଙ୍କ ଅଫ ଇଂଲଣ୍ଡରେ ଅର୍ଥନୀତିଜ୍ଞ ଥିବା ଜଗଦୀଶ ତ୍ରିପାଠୀ ।

ଡାକ୍ତର ବିଜୟ କୁମାର ତ୍ରିପାଠୀ ଓ ଡାକ୍ତର ଶୁଭ୍ରା ତ୍ରିପାଠୀଙ୍କ ଏକମାତ୍ର ପୁଅ ଜଗଦୀଶ ଭୁବନେଶ୍ୱରରେ ନିଜ ପାଠପଢା ସାରିବା ପରେ ସିଙ୍ଗାପୁରରେ ଇଂଜିନିୟରିଂ ପାଠ୍ୟକ୍ରମ ସାରିଥିଲେ ଜ୍ଝ ଏହାପରେ ସେ ସ୍ପେନର ବାରସୀଲୋନାରେ ଅର୍ଥନୀତିରେ ସ୍ନାତୋକୋତ୍ତର ସମ୍ପୂର୍ଣ୍ଣ କରିଥିଲେ ଜ୍ଝ ସ୍ପେନରେ ଅର୍ଥନୀତିରେ ପିଏଚଡି କରୁଥିବାବେଳେ ତାଙ୍କର ସହପାଠୀ ଥିଲେ ମାର୍ତ୍ତା ଜ୍ଝ ମାର୍ତ୍ତା ମଧ୍ୟ ଅର୍ଥନୀତିରେ ପିଏଚଡି କରୁଥିଲେ ଜ୍ଝ କିଛିଦିନର ମିଳାମିଶା ପରେ ଦୁହିଁଙ୍କ ମନ ମିଶିଥିଲା ଜ୍ଝ ଏହାପରେ ପ୍ରେମରେ ପଡିଯାଇଥିଲେ ଉଭୟ ଜଗଦୀଶ ଓ ମାର୍ତ୍ତା ଜ୍ଝ ସ୍ପେନରେ ପିଏଚଡି ସାରିବା ପରେ ଉଭୟ ଲଣ୍ଡନରେ ଚାକିରି ପାଇଥିଲେ ଜ୍ଝ

ପାଖାପାଖି ୬ ବର୍ଷର ପ୍ରେମ ପରେ ଉଭୟ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହାପରେ ନିଜର ପରିବାରଙ୍କୁ ଏ ବାବଦରେ କହିଥିଲେ । ଉଭୟ ପକ୍ଷର ସମ୍ମତି ପରେ ରବିବାର ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତିରେ ବିବାହ ସମ୍ପନ୍ନ ହୋଇଥିଲା । ନିଜ ବିବାହକୁ ନେଇ ଜଗଦୀଶଙ୍କ କହିବା କଥା ଯେ ଇଚ୍ଛା ଥିଲା ହିନ୍ଦୁ ରୀତିନୀତିରେ ଓଡିଶାରେ ହିଁ ବିବାହ କରିବେ । ଏହାପରେ ମାର୍ତ୍ତାଙ୍କ ପରିବାର ସଦସ୍ୟଙ୍କୁ ଓଡ଼ିଶାରେ ବିବାହ ପାଇଁ କହିଥିଲେ । ଯେଉଁଥିରେ ସେମାନେ ମଧ୍ୟ ରାଜି ହୋଇଯାଇଥିଲେ ।

ସେହିପରି ମାର୍ତ୍ତା କହିଛନ୍ତି ଯେ ଓଡିଶା ଆସି ସେ ବହୁତ ଖୁସି | ଏଭଳି ବିବାହ କରିବା ତାଙ୍କ ପାଇଁ ସମ୍ପୂର୍ଣ୍ଣ ନୂଆ ଥିଲା | ବିବାହକୁ ନେଇ ମାର୍ତ୍ତାଙ୍କ ଶ୍ୱଶୁର ତଥା ଡାକ୍ତର ବିଜୟ କୁମାର ତ୍ରିପାଠୀ କହିଛନ୍ତି ଯେ ପିଲାମାନଙ୍କର ଖୁସି ହିଁ ସବୁଠାରୁ ବଡ଼କଥା | ଯଦି ଝିଅ ଘର ଆମକୁ ଆପଣେଇସାରିଛନ୍ତି ଆମେ କାହିଁକି ମନା କରିବା | ଗତକାଲି ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାବେଳେ ଏହି ବିବାହ କାର୍ଯ୍ୟକ୍ରମରେ ଲଣ୍ଡନ, ସିଙ୍ଗାପୁର ଓ ସ୍ପେନରୁ ପାଖାପାଖି ୪୦ ଜଣ ଅତିଥି ଯୋଗ ଦେଇଥିଲେ | ସ୍ପେନରୁ ଆସିଥିବା ଅତିଥିଙ୍କ ପାଇଁ ସ୍ୱତନ୍ତ୍ର ଖାଦ୍ୟପେୟର ଆୟୋଜନ ହୋଇଥିବାବେଳେ ଓଡ଼ିଶାର ରସଗୋଲା ସହ ବିଭିନ୍ନ ଓଡ଼ିଆ ଖାଦ୍ୟ ପରସା ଯାଇଥିଲା |