ସପା ଜାରିକଲା ପ୍ରଥମ ପ୍ରାର୍ଥୀ ତାଲିକା ! ମୈନପୁରୀ ମଇଦାନରୁ ଲଢ଼ିବେ ମୁଲାୟମ ସିଂ ଯାଦବ

149

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ତାରିଖ ଏଯାଏଁ ଘୋଷଣା ହୋଇନି । କିନ୍ତୁ ତାରିଖ ଘୋଷଣା ପୂର୍ବରୁ ସମସ୍ତ ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ ପ୍ରସ୍ତୁତି ପର୍ବକୁ ଅନ୍ତିମ ରୂପ ଦେବାପାଇଁ ଲାଗିପଡ଼ିଛନ୍ତି । ଅନେକ ଦଳ ସାଧାରଣ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଦେଇଛନ୍ତି । ଗତକାଲି କଂଗ୍ରେସ ସାଧାରଣ ନିର୍ବାଚନ ପାଇଁ ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଜାରିକରିଛି । ଆଉ ଆଜି ସମାଜବାଦି ପାର୍ଟି ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି ।

ଉତ୍ତରପ୍ରଦେଶରେ ବହୁଜନ ସମାଜ ପାର୍ଟି ସହ ମେଂଟ କରିଥିବା ସମାଜବାଦି ପାର୍ଟି ଆଜି ନିଜର ୬ ଜଣ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି । ଏହି ତାଲିକାରେ ଅନୁସାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ ମୈନପୁରୀ ଲୋକସଭା ନିର୍ବାଚନ କ୍ଷେତ୍ରରୁ ନିର୍ବାଚନ ଲଢ଼ିବେ । ଧର୍ମେନ୍ଦ୍ର ଯାଦବ ବନ୍ଦାୟୁ ଠାରୁ ନିର୍ବାଚନ ଲଢ଼ିବେ ।

 

ସମାଜବାଦି ପାର୍ଟିର ପ୍ରମୁଖ ମହାସଚିବ ରାମଗୋପାଲ ଯାଦବଙ୍କ ତରଫରୁ ଜାରିହୋଇଥିବା ତାଲିକାରେ ଅନୁସାରେ ଫିରୋଜାବାଦରୁ ଅକ୍ଷୟ ଯାଦବ, ଇଟାୱାରୁ କମଲେଶ କୋରିଆଙ୍କ, ବହରାଇଚରୁ ଶବ୍ୱୀର ବାଲ୍ମୀକି ଓ ରବଟସଗଂଜରୁ ଭାଇଲାଲ କୋଲଙ୍କୁ ଟିକେଟ ଦିଆଯିବ । ସୂଚନାଯୋଗ୍ୟ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କରିଛି ପ୍ରଥମ ତାଲିକା । ଏହି ତାଲିକାରେ ୧୫ ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ । ଏହି ତାଲିକାରେ ଉତ୍ତରପ୍ରଦେଶର ୧୧ ଓ ଗୁଜରାଟର ୪ ଲୋକସଭା ପ୍ରାର୍ଥୀଙ୍କ ନାମ ରହିଛି ।