ମିଳିତ ଭାବେ ଲୋକଙ୍କ ପାଖରେ ପହଞ୍ଚିବ ସପା-ବସପା ମେଂଟ ! ଅଖିଲେଶ ଯାଦବ କହିଲେ, ଏକାଠି କରାଯିବ ନିର୍ବାଚନୀ ରାଲି

190

କନକ ବ୍ୟୁରୋ : ଏକାଠି ନିର୍ବାଚନୀ ରାଲି କରିବେ ସପା-ବସପା ମେଂଟ । ଭୋଟରଙ୍କ ମନ ଜିଣିବା ପାଇଁ ଉଭୟ ଦଳ ମିଳିତ ଭାବେ ଲୋକଙ୍କୁ ପାଖରେ ପହଞ୍ଚିବ । ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ମୁକଖ୍ୟ ଅଖିଲେଶ ଯାଦବ କହିଛନ୍ତି ଲୋକସଭା ନିର୍ବାଚନ ପାଇଁ ସପା ଓ ବସପା ଏକ ସଙ୍ଗେ ରାଲି କରିବେ । ବସପା ସୁପ୍ରିମୋ ମାୟାବତୀଙ୍କ ସହ ଏନେଇ ଆଲେଚନା ହୋଇସାରିଛି । ଲୋକସଭା ନିର୍ବାଚନ ସମୟରେ ଏକ ସଙ୍ଗେ ରାଲି କରିବା ପାଇଁ ଯୋଜନା କରିଛୁ ବୋଲି ସେ କହିଛନ୍ତି ।

ଉତ୍ତରପ୍ରଦେଶରେ ସପା-ବସପା ମେଂଟ ଏକାଠି ନିର୍ବାଚନୀ ମୈଦାନକୁ ଓଲହାଉଛନ୍ତି । ସିଟ୍ ବାଂଟ ଅନୁସାରେ ସପା ୩୭ଟ ଓ ୩୮ ଟି ଆସନରୁ ବସପା ନିର୍ବାଚନ ଲଢ଼ିବ । ଆଉ ତିନୋଟି ସିଟରୁ ରାଷ୍ଟ୍ରିୟ ଦଳ (ଆରଏଲଡ଼ି)କୁ ଦିଆଯାଇଛି । ଆରଏଲଡ଼ି ମଥୁରା, ମୁଜାଫରନଗର ଓ ବାଗପତ ଲୋକସଭା ସିଟରୁ ନିର୍ବାଚନ ଲଢ଼ିବ । ରାଇବରେଲି ଓ ଆମଠି ଲୋକସଭା ସିଟକୁ କଂଗ୍ରେସ ପାଇଁ ଛାଡ଼ି ଦିଆଯାଇଛି ।

ଏହି ଘୋଷଣା ସହ ଯୋଗୀଙ୍କ ସରକାରଙ୍କ ଉପରେ ବର୍ଷିଛନ୍ତି ଅଖିଲେଶ । ବିଜେପିି ସତ୍ତାକୁ ଆସିବା ପରେ ଲୋକଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ପାଳନ ହୋଇନି ବୋଲି କହିଛନ୍ତି । ଲାପଟପ୍ ଦେବା ପାଇଁ ପ୍ରତଶ୍ରୁତି ଦେଇଥିଲେ ହେଁ ଏଯାଏଁ କାହିଁକି ମିଳିନି ବୋଲି ପ୍ରଶ୍ନ କରିଛନ୍ତି ।

ରାଜ୍ୟରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବ ବୋଲି ନିର୍ବାଚନ କମିସନ୍ ଘୋଷଣା କରିଛନ୍ତି । ରାଜ୍ୟରେ ୧୧ରେ ପ୍ରଥମ ପର୍ଯ୍ୟୟ ମତଦାନ ହେଉଥିବା ବେଳେ ୧୯ ମେରେ ଶେଷ ପର୍ଯ୍ୟାୟ ମତଦାନ ହେବ । ନିର୍ବାଚନୀ ଫଳାପଳ ୨୩ ମେରେ ଘୋଷଣା ହେବ । ମୋଦିଙ୍କୁ କ୍ଷମତାରୁ ବାହାରେ ରଖିବାକୁ ହାତ ମିଳାଇଥିଲେ ଅଖିଳେଶ-ମାୟାବତୀ । ଦୀର୍ଘ ୨୫ ବର୍ଷ ପରେ ଉତରପ୍ରଦେଶରେ ଏକାଠି ହୋଇଥିଲା ସପା-ବସପା ।