ଓଡିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ । ମୌସୁମୀ ଛୁଇଁବା ନେଇ ପାଣିପାଗ ବିଭାଗ ପକ୍ଷରୁ ଦିଆଗଲା ସୂଚନା

1,249

କନକ ବ୍ୟୁରୋ : ଓଡିଶା ଛୁଇଁଲା ମୌସୁମୀ । ରାଜ୍ୟକୁ ଆଜି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସ୍ପର୍ଶ କରିଛି । ଏନେଇ ସୂଚନା ଦେଇଛି ଆଂଚଳିକ ପାଣିପାଗ କେନ୍ଦ୍ର । ମୌସୁମୀ ଆଗମନ ବିଷୟରେ ଟୁଇଟ୍ କରି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ଲେଖିଛି: ‘ଓଡ଼ିଶା ଛୁଇଁଲା ମୌସୁମୀ’। ଏହାର ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଛି । ଆଂଚଳିକ ପାଣିପାଗ ବିଭାଗ ଜୁନ୍ ୧୧ କିଂବା ୧୨ ତାରିଖରେ ମୌସୁମୀ ଓଡିଶା ଛୁଇଁବା ନେଇ ପୂର୍ବାନୁମାନ କରିଥିଲା । ଆଂଚଳିକ ପାଣିପାଗ ବିଭାଗର ଏହି ଆକଳନ ସଠିକ୍ ରହିଛି ।

ଏହାଛଡ଼ା ପୂର୍ବକେନ୍ଦ୍ରୀୟ ଏବଂ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଉପରେ ସୃଷ୍ଟ ଲଘୁଚାପ କ୍ଷେତ୍ର ସମ୍ପ୍ରତି ପଶ୍ଚିମକେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗର ଅନ୍ତର୍ଗତ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳବର୍ତ୍ତୀ ସମୁଦ୍ରରେ କେନ୍ଦ୍ରୀଭୂତ ହୋଇ ରହିଛି। ଏହାସହ ରହିଥିବା ବାତ୍ୟାଚକ୍ର ସମୁଦ୍ର ପତ୍ତନ ଠାରୁ ୭. ୬ ଯାଏଁ ପରିବ୍ୟାପ୍ତ ହୋଇ ରହିଥିବା କଥା ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି।