ନବ ନିର୍ବାଚିତ ବିଧାୟକ ଭାବେ ଶପଥ ନେଲେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ : ଶପଥ ପାଠ କରାଇଲେ କାମଚଳା ବାଚସ୍ପତି ଅମର ଶତପଥୀ

Advertisment
ନବ ନିର୍ବାଚିତ ବିଧାୟକ ଭାବେ ଶପଥ ନେଲେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ : ଶପଥ ପାଠ କରାଇଲେ କାମଚଳା ବାଚସ୍ପତି ଅମର ଶତପଥୀ

କନକ ବ୍ୟୁରୋ : ବିଧାନସଭାରେ ନୂଆ ଶପଥ ଗ୍ରହଣ କରୁଛନ୍ତି ନୂଆ ବିଧାୟକ । ବିଧାନସଭାରେ ଆଜି ଠାରୁ ୨ ଦିନ ଧରି ନବନିର୍ବାଚିତ ବିଧାୟକମାନେ ଶପଥ ଗ୍ରହଣ କରିବା କାର୍ଯ୍ୟକ୍ରମ ରହିଛି । ଏହି କ୍ରମରେ ଆଜି ଶପଥ ନେଲେ ଖଣ୍ଡପଡ଼ା ବିଧାୟକ । ନବ ନିର୍ବାଚିତ ବିଧାୟକ ଭାବେ ଶପଥ ନେଲେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଶପଥପାଠ କରାଇଲେ କାମଚଳା ବାଚସ୍ପତି ଅମର ଶତପଥୀ । ବିଧାନସଭାରେ ତାଙ୍କ ଉପସ୍ଥିତି ବେଶ୍ ଉପଯୋଗୀ ହୋଇପାରିବ ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ ପ୍ରଥମେ ବିଧାନସଭାରେ ଶପଥ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇତିମଧ୍ୟରେ ବିକ୍ରମ କେଶରୀ ଆରୁଖ୍, ଅରୁଣ ସାହୁ, ସୁଦାମ ମାରାଣ୍ଡି, ବଦ୍ରି ପାତ୍ର,ଅନନ୍ତ ଦାସ, ପ୍ରଫୁଲ୍ଲ ମଲ୍ଲିକ, ଭୂପିନ୍ଦର ସିଂହ, ନିତ୍ୟାନନ୍ଦ ସାହୁ, ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ଧ୍ରୁବ ଚରଣ ସାହୁ, ଶ୍ରୀକାନ୍ତ ସାହୁ, ଶଶୀଭୂଷଣ ବେହେରା, ପ୍ରଣବ ପ୍ରକାଶ ଦାସ, ଭାଗିରଥୀ ସେଠୀ, ପ୍ରଣବ ବଳବନ୍ତରାୟ, ରଘୁନନ୍ଦନ ଦାସ ଏବଂ ପ୍ରମିଳା ମଲ୍ଲିକ ପ୍ରମୁଖ ବିଧାୟକମାନେ ଶପଥ ନେଇସାରିଛନ୍ତି ।

ଅନ୍ୟ ବିଧାୟକମାନେ ଦୁଇ ଦିନ ଧରି ସକାଳ ୧୦ ଟାରୁ ଅପରାହ୍ନ ୫ ଟା ମଧ୍ୟରେ ଶପଥ ଗ୍ରହଣ କରିବେ । କାମଚାଳ ବାଚସ୍ପତି ଅମର ଶତପଥୀ ନବନିର୍ବାଚିତ ବିଧାୟକଙ୍କୁ ଶପଥପାଠ କରାଇବେ । ଜୁନ ପହିଲା ପୂର୍ବାହ୍ନ ୧୦ ଟାରେ ହେବ ବିଧାନସଭାର ବାଚସ୍ପତି ନିର୍ବାଚନ ହେବ । ବିଜେଡି ପକ୍ଷରୁ ପୂର୍ବତନ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନାମ ବାଚସ୍ପତି ଭାବେ ଘୋଷଣା କରାଯାଇଛି । ବିଜେଡି ସଂଖାଗରିଷ୍ଠତା ଥିବାରୁ ସୂର୍ଯ୍ୟ ନାରାୟଣ ପାତ୍ର ବାଚସ୍ପତି ଭାବେ ନିର୍ବାଚିତ ହେବା ସ୍ପଷ୍ଟ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe