ନିର୍ବାଚନ ଲଢିବା ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖିଲେ ସୌମ୍ୟରଂଜନ ! କହିଲେ, ମୋର ଆବଶ୍ୟକତା ଅନୁଭବ କଲେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ

482

କନକ ବ୍ୟୁରୋ : ଆଗାମୀ ନିର୍ବାଚନରେ ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ନିର୍ବାଚନ ଲଢିବେ କି ? ଗଣମାଧ୍ୟମ ପ୍ରତିନିଧିଙ୍କ ଏହି ପ୍ରଶ୍ନର ଉତ୍ତର ଦେଇ ସାଂସଦ କହିଛନ୍ତି ସେ ଏବେ ରାଜ୍ୟସଭାରେ ପ୍ରତିନିଧିତ୍ୱ କରୁଛନ୍ତି । ଯଦି ରାଜ୍ୟରେ ତାଙ୍କ ଆବଶ୍ୟକତା ଦଳର ସୁପ୍ରିମୋ ଅନୁଭବ କରି ଦାୟତ୍ୱ ଦିଅନ୍ତି ତେବେ ତୁଲାଇବି ବୋଲି କହିଛନ୍ତି ସୌମ୍ୟରଂଜନ ପଟ୍ଟନାୟକ । ନିର୍ବାଚନରେ ବିଭିନ୍ନ ଲୋକ ବିଭିନ୍ନ ଭୂମିକାରେ ରହିବେ । କିଛି ଲୋକ ଲଢ଼ିବେ କିଛି ଲୋକେ ନିର୍ବାଚନ ପ୍ରଚାର କରିବେ ଆଉ କିଛି ଲୋକ ପରଦା ପଛରେ ରହି ଦାୟିତ୍ୱ ତୁଲାଇବେ । ଆଉ ଦିନେ ଦୁଇ ଦିନ ଭିତରେ ଚିତ୍ର ସ୍ପଷ୍ଟ ହୋଇଯିବ ।

ସେହିପରି ଇସ୍ତାହାର କମିଟି ବୈଠକ ସଂପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି ଆନୁଷ୍ଠାନିକ ଭାବେ ଇସ୍ତାହାର କମିଟି ବୈଠକ ବସିବ । ହେଲେ ଇସ୍ତାହାର ସଂପର୍କରେ ମିଡିଆକୁ ଆଗୁଆ ସୂଚନା ଦେଇ ଇସ୍ତାହାରର ଚମକ କମେଇବାକୁ ଚାହିଁବୁ ନାହିଁ ବୋଲି କହିଛନ୍ତି ସାଂସଦ ସୌମ୍ୟ ରଂଜନ ପଟ୍ଟନାୟକ ।