ଖଣ୍ଡପଡା ବିଧାୟକ କରୋନା ପଜିଟିଭ । ଟ୍ୱିଟ୍ କରି ନିଜେ ସୂଚନା ଦେଲେ ସୌମ୍ୟରଞ୍ଜନ ପଟ୍ଟନାୟକ  । ୭ ଦିନ ଭିତରେ ତାଙ୍କ ସହ ମିଶିଥିବା ଲୋକଙ୍କୁ ଡାକ୍ତରୀ ପରାମର୍ଶ ନେବାପାଇଁ ଅନୁରୋଧ

331

କନକ ବ୍ୟୁରୋ : ଖଣ୍ଡପଡା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଟ୍ୱିଟ୍ କରି ଏ ସଂପର୍କରେ ନିଜେ ସୂଚନା ଦେଇଛନ୍ତି ସୌମ୍ୟରଂଜନ । ଟ୍ୱିଟରେ ସେ ସୁସ୍ଥ ଥିବା ଲେଖିଛନ୍ତି । ଗତ ୭ ଦିନ ଭିତରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବନ୍ଧୁମାନଙ୍କୁ ଡାକ୍ତରଙ୍କ ପରାମର୍ଶ ନେବାକୁ ସେ ଅନୁରୋଧ କରିଛନ୍ତି ।

ପୂର୍ବରୁ ପୋଲସରା ବିଧାୟକ, ନୀଳଗିରି ବିଧାୟକ ଓ ସାଲେପୁର ବିଧାୟକ ପଜିଟିଭ ଚିହ୍ନଟ ହୋଇଥିଲେ । ଏହାଛଡା ବରଗଡ ସାଂସଦ ସୁରେଶ ପୁଜାରୀ ମଧ୍ୟ ପଜିଟିଭ ଚିହ୍ନଟ ହେବା ପରେ ଡାକ୍ତରଙ୍କ ପରାମର୍ଶ ମାନି ହସ୍ପିଟାଲରେ ଭର୍ତି ହୋଇଛନ୍ତି ।

ଗତ ୨୪ ଘଂଟାରେ ଓଡିଶାରେ ୧୩ଶହ ୪୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସଂଖ୍ୟା ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୪୮ ହଜାର ୭୯୬କୁ ବୃଦ୍ଧି ପାଇଛି । ସେପଟେ ୩୩ ହଜାର ୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୫ ହଜାର ୪୨୭ ଜଣ ସକ୍ରିୟ ସଂକ୍ରମିତ ଚିିକିତ୍ସିତ ହେଉଛନ୍ତି ।