ଚୌଦ୍ୱାର-କଟକର ନବନିର୍ବାଚିତ ବିଧାୟକଙ୍କ ଗାଡ଼ି ଦୁର୍ଘଟଣା ଗ୍ରସ୍ତ : ଅଳ୍ପକେ ବର୍ତ୍ତିଗଲେ ସୌଭିକ୍

6,006
କନକ ବ୍ୟୁରୋ : ବିଧାୟକ ସୌଭିକ୍ ବିଶ୍ୱାଳଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ । ଚୌଦ୍ବାର-କଟକ ବିଧାନସଭା ନିର୍ବାଚନମଣ୍ଡଳୀର ନବ ନିର୍ବାଚିତ ବିଜେଡି ବିଧାୟକ ସୌଭିକ ବିଶ୍ବାଳଙ୍କ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଛନ୍ତି । ଗତକାଲି ରାତି ପ୍ରାୟ ୧୧ଟା ବେଳେ ସୌଭିକ ଓ ତାଙ୍କ ବନ୍ଧୁ ଭୁବନେଶ୍ବରରୁ କଟକ ଅଭିମୁଖେ ଯାଉଥିଲେ । ୧୬ ନମ୍ବର ଜାତୀୟ ରାଜପଥର ହଂସପାଳ ଛକ ନିକଟ ପୁରୀ କେନାଲ ପୂର୍ବରୁ ପଛରୁ ଏକ କାର୍ ତାଙ୍କ ଗାଡ଼ିକୁ ଧକ୍କା ଦେଇଥିଲା ।
ହେଲେ ସୌଭାଗ୍ୟବଶତଃ ସୌଭିକ ବିଶ୍ୱାଳ ଅଳ୍ପକେ ବର୍ତ୍ତିଯାଇଛନ୍ତି । ତାଙ୍କ ବନ୍ଧୁଙ୍କୁ ସାମାନ୍ୟ ଆଘାତ ଲାଗିଛି । ଧକ୍କାରେ ଉଭୟ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ବେଳେ ରାସ୍ତା ଜାମ୍ ହୋଇଯାଇଥିଲା । ମଞ୍ଚେଶ୍ବର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଥାନାକୁ ଆଣିବା ପରେ ଗାଡ଼ି ଚଳାଚଳ ସ୍ବାଭାବିକ କରିଥିଲା।