କନକ ବ୍ୟୁରୋ : ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି, ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି ହୋଇଛି । ବାପା, ମାଆ କରିଥିବା ଘରେ ସେମାନଙ୍କ ଦୟାରେ ରହିପାରିବ ପୁଅ । ଏକ ମାମଲାର ଶୁଣାଣି କରି ଏଭଳି ଚାଂଚଲ୍ୟକର ରାୟ ଦେଇଛନ୍ତି ଦିଲ୍ଲୀ ହୋଇକୋର୍ଟର ଜଷ୍ଟିସ ପ୍ରତୀଭା ରାଣୀ ।

Advertisment

ବାପା, ମାଆ ଘର ତିଆରି କରିଥିଲେ ପୁଅର ଏହା ଉପରେ ଆଇନତଃ କୌଣସି ଅଧିକାର ରହିବ ନାହିଁ । ପୁଅ ବିବାହ କରିଥିଲେ କିମ୍ବା ବାହାଘର ପୂର୍ବରୁ ମଧ୍ୟ ବାପା, ମାଆ ଇଚ୍ଛା ନକଲେ ଘରେ ରହିପାରିବ ନାହିଁ ପୁଅ । ଅଭିଭାବକଙ୍କ ସହ ସଂପର୍କ ଭଲଥିଲେ କେବେଳ ବାପା,ମାଆ ଚାହିଁଲେ ପୁଅ କିିମ୍ବା ପୁଅ-ବୋହୂ ଘରେ ରହିପାରିବେ । ଆଉ ବାପା, ମାଆ ନଚାହିଁଲେ ସେମାନେ କରିଥିବା ଘରେ ରହିବାକୁ ଅନୁମତି ମିଳିବ ନାହିଁ ।

ସମାଜରେ ଏଭଳି ଅନେକ ଘଟଣା ଘଟୁଛି । ପରିଣତ ବୟସରେ ବାପା,ମାଆଙ୍କୁ ସେମାନେ କରିଥିବା ଘରୁ ବାହାର କରିଦେଉଛନ୍ତି ପୁଅ-ବୋହୂ । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ହାଇକୋର୍ଟଙ୍କ ଏହି ରାୟକୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ଦିଲ୍ଲୀରେ ଏକ ପୁଅ-ବୋହୂଙ୍କ ଆବେଦନକୁ ଖାରଜ କରିଦେଇ ବୟସ୍କ ବାପା,ମାଆଙ୍କ ସପକ୍ଷରେ ଏଭଳି ସ୍ୱାଗତଯୋଗ୍ୟ ରାୟ ଶୁଣାଇଛନ୍ତି କୋର୍ଟ ।

ଏହା ସହ ଦେଖନ୍ତୁ ନୃଶଂସତା ନୁହେଁ ପରକୀୟା ପ୍ରୀତି ! ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ