ଆଜି ବି ବଂଚିଛି ଗୁରୁ-ଶିଷ୍ୟର ନିଆରା ପରମ୍ପରା । ମୁଣ୍ଡ ଉପରେ ଧୁ ଧୁ ଖରା । ଭାରରେ ଗୁରୁଙ୍କୁ ବୋହି ମାଇଲ୍ ମାଇଲ୍ ବାଟ ଚାଲୁଛନ୍ତି ଦୁଇ ଜଣ ଶିଷ୍ୟ

651

କନକ ବ୍ୟୁରୋ : ମୁଣ୍ଡ ଉପରେ ଧୁ ଧୁ ଖରା । ଭାରରେ ଗୁରୁଙ୍କୁ ବୋହି ଚାଲୁଛନ୍ତି ଦୁଇ ଜଣ ଶିଷ୍ୟ । ଅନୁଗୁଳ ରାସ୍ତାରେ ଦେଖିବାକୁ ମିଳିଛି ଭାରତୀୟ ଗୁରୁ ଶିଷ୍ୟ ପରମ୍ପରାର ଏପରି ନିଆରା ଦୃଶ୍ୟ । ମୁଣ୍ଡ ଉପରେ ଛତା ନାହିଁ, ଖରାକୁ ବି ଖାତିର ନାହିଁ । କାନ୍ଧରେ କାନେ୍ଧଇ ଗୁରୁଙ୍କୁ ଗନ୍ତବ୍ୟସ୍ଥଳକୁ ନେଇଯାଉଛନ୍ତି ଦୁଇ ଶିଷ୍ୟ । ଢେଙ୍କାନାଳ ଯୋରନ୍ଦା ଗାଦିରୁ ଧନୁର୍ଯ୍ୟୟ ବାବା ନବରଙ୍ଗପୁର ବାହାରିଛନ୍ତି । ତାଙ୍କ ଦୁଇ ଶିଷ୍ୟ ପିଙ୍କୁ ବୈରାଗୀ ଓ ଗଜାନନ୍ଦ ବୈରାଗୀ ଧନୁର୍ଯ୍ୟୟ ବାବାଙ୍କୁ କାନ୍ଧରେ କାନେ୍ଧଇ ନବରଙ୍ଗପୁର ନେଉଥିବା ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି । ଢେଙ୍କାନାଳରୁ ନବରଙ୍ଗପୁର ଗୁରୁଙ୍କୁ ବୋହି ୪୯୮ କିଲୋମିଟର ଦୂରତା ଅତିକ୍ରମ କରିବେ ଦସ୍ୱବ ଶିଷ୍ୟ ।

ଗୁରୁଙ୍କ କହିବା ଅନୁସାରେ ନବରଙ୍ଗପୁରକୁ ୩୦ ଦିନରେ ପହଂଚିଯିବେ । ରାସ୍ତାରେ ଯିବା ବେଳେ ଭକ୍ତମାନେ ଖାଇବାକୁ ଦେଇଥାନ୍ତି ଓ ରାତି ହେଲେ ପାଖ ମଠରେ ବିଶ୍ରାମ ନେଇ ପୁଣି ସକାଳୁ ଗୁରୁ-ଶିଷ୍ୟଙ୍କ ଯାତ୍ରା ଆରମ୍ଭ କରନ୍ତି । ଗୁରୁଙ୍କ ସେବା ପାଇଁ ପଛରେ ପ୍ରାୟ ୧୫ରୁ ଅଧିକ ଶିଷ୍ୟ ଚାଲିଛନ୍ତି । ଯେଉଁଠି ଭାର ବୋହିଥିବା ଶିଷ୍ୟ କଷ୍ଟ ଅନୁଭବ କରେ ସେଠାରେ ଅନ୍ୟ ଶିଷ ଗୁରୁଙ୍କ ଭାର ବୋହି ରାସ୍ତା ଚାଲିଛନ୍ତି ବୋଲି କହିଛନ୍ତି ଧନୁର୍ଯ୍ୟୟ ବାବା ।