ପେଶା ବ୍ୟବସାୟ ହେଲେ ନିଶା ସମାଜସେବା : ଉଚ୍ଚ ବେତନଯୁକ୍ତ ଚାକରି ଛାଡ଼ି ଅନ୍ୟ ପାଇଁ ବଞ୍ଚୁଛନ୍ତି ବିକ୍ରମ

225

କନକ ବ୍ୟୁରୋ : ପେଶା ବ୍ୟବସାୟ ହେଲେ ନିଶା ହେଉଛି ସମାଜସେବା । ମାତ୍ର ୩୦ ବର୍ଷ ବୟସରେ ସମାଜସେବାକୁ ନିଜର ବ୍ରତ ଭାବେ ଧରିନେଇଛନ୍ତି । ଉଚ୍ଚ ବେତନଯୁକ୍ତ ଚାକିରୀ ଛାଡ଼ି ସମାଜରେ ଅବହେଳିତ ହୋଇ ରହିଥିବା ଦୁଃଖୀରଙ୍କିକୁ ସେବା କରିବା ପାଇଁ ଆଗେଇ ଆସିଛନ୍ତି ପୁରୀ ଜିଲ୍ଲା ନିମାପଡା ଅଂଚଳର ବିକ୍ରମ କେଶରୀ ସାମଲ । ବିନା ସହାୟତାରେ ନିଜସ୍ୱ ଅର୍ଥରେ ଟ୍ରଷ୍ଟ ମାଧ୍ୟମରେ ସହିତ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ଆଦି କରିବା କ୍ଷେତ୍ରରେ ଗୁରୁତ୍ୱ ଦେଇଥାଆନ୍ତି । ସେଥିପାଇଁ ବହୁସ୍ଥାନରେ ପ୍ରଶଂସିତ ମଧ୍ୟ ହୋଇଛନ୍ତି ।

ସମାଜସେବାକୁ ନିଜ ଜୀବନର ବ୍ରତ ଭାବେ ବାଛି ନେଇଥିବାରୁ ରାତିପାହିଲେ ଅନେକ ଗରିବ ଅସହାୟ ବିକ୍ରମଙ୍କ ଘରେ ପହଞ୍ଚି ଯାଆନ୍ତ । ଖବରପାଇବା ମାତ୍ରକେ ସାହାଯ୍ୟ କରିବା ପାଇଁ ଆଗେଇ ଆସନ୍ତି ବିକ୍ରମ । ଏମିତି ଜଣେ ସମାଜସେବୀ ହେଉଛନ୍ତି ପୁରୀ ଜିଲ୍ଲା ନିମାପଡା ଅଂଚଳର ବିକ୍ରମ କେଶରୀ ସାମଲ । ଯିଏ ନିଜ ବ୍ୟବସାୟରୁ ଆୟ କରିଥିବା ଅର୍ଥରେ ଅନ୍ୟମାନଙ୍କୁ ସାହାଯ୍ୟ କରି ଆତ୍ମସେନ୍ତୋଷ ପାଇଥାଆନ୍ତି ।

ଉଚ୍ଚ ଶିକ୍ଷିତ ଇଂଜିନିୟରିଂ ଅଧ୍ୟାପକ ଚାକିରି ଛାଡି ବିକ୍ରମ ସମାଜସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିଛନ୍ତି । ନିଜର ଏକ ଗାର୍ମେଂଟ୍ ଦୋକାନ ଖୋଲି ସେଥିରୁ ଯାହା ରୋଜଗାର ହୁଏ ସେଥିରେ ପରିବାର ଚଳାଇବା ସହ ସମାଜସେବା କରନ୍ତି ବିକ୍ରମ । ରିମେଡ଼ିଆଲ ଚାରିଟେବୁଲ ଟ୍ରଷ୍ଟ ଗଠନ କରି ନିଜ ବ୍ୟବସାୟରୁ ଯାହା ଆୟ କରନ୍ତି ସେଥିରୁ ଅଧିକାଂଶ ଅର୍ଥ ଜନସେବାରେ ଖର୍ଚ୍ଚ କରିଥାନ୍ତି । ଏହି ଟ୍ରଷ୍ଟ ଜରିଆରେ ବୃକ୍ଷରୋପଣ, ରକ୍ତଦାନ ଶିବିର, ଗରିବ ପିଲାଙ୍କୁ ପାଠପଢ଼ାଇବା, ଅସହାୟ ପେଟକୁ ଦାନା ଗଣ୍ଡିଏ ଯୋଗାଇଦେବା ଏବଂ ଦୁସାଧ୍ୟରୋଗରେ ପୀଡ଼ିତ ରୋଗୀମାନଙ୍କୁ ଆର୍ଥିକସହାୟତା କରିବା ବିକ୍ରମଙ୍କ ମୁଖ୍ୟ କାମ ।

ନିଜର ମହାନତା ପାଇଁ ଆଜିର ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ବିକ୍ରମ । ଆଉ ସମାଜରେ ସୃଷ୍ଟି କରିଛନ୍ତି ଏକ ଉଦାହରଣ ।