ରାଉରକେଲା ଶୋଭାଯାତ୍ରା, ଡେରିରେ ଭାଙ୍ଗିଲା ପୋଲିସ ନିଦ । ୫୦୦ରୁ ଅଧିକ ଲୋକଙ୍କ ନାଁରେ ରୁଜୁ ହେଲା ମାମଲା । ଟ୍ୱିଟ କରି ସୂଚନା ଦେଲେ ରାଉରକେଲା ଏସପି । ୮ ତାରିଖରେ ହୋଇଥିଲା ଶବ ଶୋଭାଯାତ୍ରା ।

526

କନକ ବ୍ୟୁରୋ : ରାଉରକେଲା ଶବ ଶୋଭାଯାତ୍ରାରେ କୋଭିଡ ନିୟମ ଉଂଲଘନ ଘଟଣାରେ ୫୦୦ରୁ ଅଧିକ ଜଣଙ୍କ ନାଁରେ ମାମଲା । ନିୟମଭଙ୍ଗ କାରୀଙ୍କ ବିରୋଧରେ ଲାଗିଛି ମହାମାରୀ ଆଇନ । ଟୁଇଟ କରି ଏନେଇ ରାଉରକେଲା ଏସପି ସୂଚନା ଦେଇଛନ୍ତି । ଗତାକଲି ଏନେଇ ଖବର ପ୍ରସାରଣ ପରେ ଆଜି ଏସପି ୫୦୦ରୁ ଅଧିକ ଜଣଙ୍କ ନାଁରେ ମାମଲା ରଜୁୁ କରାଯାଇଥିବାନେଇ ଟୁଇଟ କରିଛନ୍ତି । କରୋନା ମୁକାବିଲା ସମୟରେ ସାମାଜିକ ଦୂରତାକୁ ଭୁଲିଯାଇଥିଲେ ଲୋକେ । ଶବଯାତ୍ରା ସମୟରେ ଦେଖିବାକୁ ମିଳିଲା ଜନସମୁଦ୍ର । ପୁଲିସ ଉପସ୍ଥିତିରେ ହୋଇଥିଲା ନିୟମର ଖୋଲାଖୋଲି ଉଲ୍ଲଙ୍ଘନ ।

ରାଉରକେଲା ନାଲାରୋଡରୁ ଆସିଥିଲା ଏଭଳି ଦୃଶ୍ୟ । ଗତ ୭ ତାରିଖରେ ଜଣେ ଯୁବକର ହତ୍ୟା ଘଟଣା ପରେ ସେହି ଅଂଚଳର ଲୋକେ ବାହାରକୁ ବାହାରିଆସିଥିଲେ । ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ ନେବା ସମୟରେ ବହୁ ସଂଖ୍ୟାରେ ଲୋକେ ଏକାଠି ହୋଇଥିଲେ । ଏହା ଏକ ଶବ ଶୋଭାଯାତ୍ରା ଭଳି ଦେଖାଯାଉଥିଲା । ହଜାର ହଜାର ଲୋକ ଏକାଠି ହୋଇ ଶବ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । କରୋନା ମହାମାରୀ ସମୟରେ ଅନେକ ସ୍ଥାନରେ ସାମାଜିକ ଦୂରତା ଉଲ୍ଲଙ୍ଘନ ହେଉଥିବାର ଦେଖିବାକୁ ମିଳେ । କିନ୍ତୁ ଏଭଳି ଉଲ୍ଲଙ୍ଘନ କେବେ ଦେଖିବାକୁ ମିଳିନଥିଲା । ସେହି ଅଂଚଳରେ ଜନସମୁଦ୍ର ସୃଷ୍ଟି ହୋଇଥିଲା ।