ହିମାଚଳ ପ୍ରଦେଶ କୁଲୁରେ ଦେଖିବାକୁ ମିଳିଲା ପ୍ରକୃତିର ମନୋରମ ଦୃଶ୍ୟ : ବରଫ ଚାଦରରେ ଘୋଡେଇ ହେଲାଣି ସାରା ଅଂଚଳ, ମଜାନେଉଛନ୍ତି ପର୍ଯ୍ୟଟକ

286

କନକ ବ୍ୟୁରୋ : ଉତ୍ତର ଭାରତରେ ଦେଖିବାକୁ ମିଳିଛି ପ୍ରଥମ ବରଫ ବର୍ଷା । ହିମାଚଳ ପ୍ରଦେଶର କୁଲ୍ଲୁ ଅଂଚଳରେ ଚଳିତ ବର୍ଷର ପ୍ରଥମ ହିମପାତ ଦେଖିବାକୁ ମିଳିଛି । ଆକାଶରୁ ବର୍ଷା ହେଉଛି ବରଫ ଖଣ୍ଡ । କ୍ରମାଗତ ଭାବେ ବର୍ଷି ବାରେ ଲାଗିଛି । ଏପରି ହିମପାତ ପରେ ଏବେ କୁଲ୍ଲୁର ପୁରା ଅଂଚଳକୁ ଧଳା ରଂଗର ଚାଦର ଘୋଡାଇ ରଖିଲାପରି ଲାଗୁଛି । ଗଛରେ ବରଫର ଆସ୍ତରଣ । ଭୂଇଁ ଉପରେ ବରଫର ଆସ୍ତରଣ । ଘର ଉପରେ ବି ଜମିଗଲାଣି ବରଫ ଆସ୍ତରଣ ।

 ଗଛଲତା, ଯାନବାହାନ ସବୁରେ ବରଫର ମୋଟା ଆସ୍ଥରଣ ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକଙ୍କ ସହ ଏଠାକୁ ଆସୁଥିବା ପର୍ୟ୍ୟଟକ  ସୁନ୍ଦରତାକୁ ଉପଭୋଗ କରିଛନ୍ତି । ହିମାଚଳ କୁଲୂ ବୁଲିବାକୁ ଆସିଥିବା ପର୍ଯ୍ୟଟକ ଏହି ପହିଲି ବରଫ ବର୍ଷାର ଝଲକ ପାଇବା ପରେ ବେଶ୍ ଖୁସି ହୋଇଛନ୍ତି ।