ରଥାରୂଢ଼ ଠାକୁରଙ୍କୁ ଦର୍ଶନ କଲେ ଶଙ୍କରାଚାର୍ଯ୍ୟ . .

65

କନକ ବ୍ୟୁରୋ : ଶ୍ରୀଜିଉଙ୍କୁ ରଥରେ ଦର୍ଶନ କଲେ ଶଙ୍କରାଚାର୍ଯ୍ୟ । ସେବକଙ୍କ ଗହଣରେ ଆସି ତିନି ଠାକୁରଙ୍କୁ ଦର୍ଶନ କରିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ । ଆଣ୍ଠୁ ପ୍ରତ୍ୟାରୋପଣ ଯୋଗୁଁ ସ୍ନାନଯାତ୍ରାରେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିନଥିଲେ ଶଙ୍କରାଚାର୍ଯ୍ୟ । ହେଲେ କାଳିଆର ବଡ଼ଯାତରେ ମହାପ୍ରଭୁଙ୍କୁ ଦର୍ଶନ କରି ଭାବରେ ଗଦଗଦ ହୋଇଛନ୍ତି ଜଗଦଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ । ମହାବାହୁକୁ ରଥରେ ଦେଖି କୃତ୍ୟକୃତ୍ୟ ହୋଇଛନ୍ତି ।

ସେପଟେ ରଥରେ ଜଗାକୁ ମନପୁରାଇ ଦେଖିବାକୁ ବଡ଼ଦାଣ୍ଡରେ ଭକ୍ତଙ୍କ ସମାଗମ ହୋଇଛି । ଭଗବାନଙ୍କ ସହ ଏକାକାର ହେବା ପାଇଁ ଚାହିଁ ରହିଛନ୍ତି ଭକ୍ତ । ରଥାରୂଢ଼ ହୋଇ ମାଉସୀ ଘରକୁ ଯିବା ପାଇଁ ପ୍ରସ୍ତୁତ ହୋଇସାରିଛନ୍ତି ତିନି ଠାକୁର । ଆଉ କିଛି ସମୟ ପରେ ହେବ ଚିତାଲାଗି ବେଶ । ଆଉ ତା’ପରେ ମହାପ୍ରଭୁଙ୍କ ଛେରାପହଁରା ନୀତି କରିବେ ଗଜପତି । ଅପରାହ୍ନ ୪ଟାରେ ହେବ ରଥଟଣା ।