ମାଛ ଜାଲରେ ବିରାଟ ଅଜଗର : ସମ୍ବଲପୁର ଭତ୍ରା ଅଂଚଳରେ ଜାଲ କାଟି ଅଜଗର ଉଦ୍ଧାର

53

କନକ ବ୍ୟୁରୋ : ମାଛ ଜାଲରେ ବିରାଟ ଅଜଗର । ସମ୍ବଲପୁର ଭତ୍ରା ଅଂଚଳରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ମାଛ ଧରିବାକୁ ପକାଯାଇଥିବା ଜାଲରେ ଧରା ପଡିଛି ଏକ ବିରାଟ ଅଜଗର । ଏକ ବଡ ଗାତରେ ମାଛ ଧରିବାକୁ କିଛି ଲୋକ ଜାଲ ପକାଇଥିବା ବେଳେ ସେଥିରେ ଏକ ଅଜଗର ପଡିଥିବା ଦେଖିବାକୁ ପାଇଥିଲେ । ପରେ ଜଣେ ସ୍ଥାନୀୟ ଯୁବକ ସାପଟିକୁ ଉଦ୍ଧାର କରି ଜଙ୍ଗଲରେ ଛାଡିଛନ୍ତି ।

 

ସୂଚନା ଅନୁସାରେ ସମ୍ବଲପୁର ଭତ୍ରା ଅଂଚଳରେ ଏକ ଜାଲରେ ଛନ୍ଦି ହୋଇଯାଇଥିଲା ଅଜଗର । ମାଛ ବଦଳରେ ଜାଲରେ ପଡ଼ିଥିଲା ଅଜଗର । ଜାଲଟି ସମ୍ପୂର୍ଣ୍ଣ ରୂପେ ଅଜଗର ଦେହରେ ଗୋଡ଼େଇ ହୋଇଯାଇଥିଲା । ତେବେ ଲୋକେ ଅଜଗରକୁ ଜାଲରେ ଗୋଡ଼ାଇ ହୋଇଥିବାର ଦେଖି ଅନୀଲ ନାକମ ଜଣେ ଯୁବକଙ୍କୁ ଡାକିଥିଲେ । ଜାଲରେ ଗୋଡ଼େଇ ହୋଇଯାଇଥିବା ଯୋଗୁଁ ଅଜଗରକୁ ଉଦ୍ଧାର କରିବା ଏତେ ସଜହ ନଥିଲା । ବ୍ଲେଡ଼ ସାହାଯ୍ୟରେ ଜାଲକୁ କାଟି ଅଜଗରକୁ ବାହାର କରାଯାଇଥିଲେ । ତେବେ ଉଦ୍ଧାର ସମୟରେ ଅଜଗରଟି ଅନୀଲଙ୍କୁ କାମୁଡ଼ି ମଧ୍ୟ ଦେଇଥିବା ସୂଚନାର ମିଳିଛି । ଜାଲରେ ପଡ଼ିଥିବା ଯୋଗୁଁ ଅଜଗର ଦେହରେ କ୍ଷତ ସୃଷ୍ଟି ହୋଇଥିଲା । ଉଦ୍ଧାର ପରେ ଅଗରର ପ୍ରାଥମିକ ଚିକିତ୍ସା କରାଯାଇ ଛାଡ଼ିଦିଆଯାଇଥିଲା । ସୂଚନା ଅନୁସାରେ ଅନୀଲ ଜଣେ ତାଲିମପାପ୍ର ସାପ ଧରାଳିି ନୁହଁନ୍ତି । ସାପ ସାପ ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ରହିଛି । ପୂର୍ବରୁ ମଧ୍ୟ ସେ ନାଗ ସାପକୁ ନେଉଳ, ମୁହଁରୁ ରକ୍ଷା କରି ୪ ମାସ ନିଜ ଘରେ ରଖିଥିଲେ ।