କନକ ବ୍ୟୁରୋ : ଘର ଭିତରୁ ୧୩ଟି ନାଗସାପ ସହ ମା ନାଗକୁ ଉଦ୍ଧାର କଲା ସ୍ନେକ ହେଲଫ ଲାଇନ । ଯାଜପୁର ଜିଲ୍ଲା ଦାନଗଦୀ ନିକଟରେ ଶିବପ୍ରସାଦ ଜେନା ନାମକ ଜଣେ ବ୍ୟକ୍ତିଙ୍କ ଘରୁ ନାଗ ସାପ ଉଦ୍ଧାର କରାଯାଇଛି । ସାପ ଘରେ ପଶୁଥିବା ଦେଖି ବ୍ୟକ୍ତି ଜଣଙ୍କ ସ୍ନେକ ହେଲଫ ଲାଇନକୁ ଖବର କରିଥିଲେ । ସ୍ନେକ ହେଲ୍ପ ଲାଇନ ଏବଂ ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ନାଗସାପ ଗୁଡ଼ିକୁ ଉଦ୍ଧାର କରିଥିଲେ ।
ସୂଚନା ଅନୁସାରେ ଶିବପ୍ରସାଦ ଜେନାଙ୍କ ଘର ଲୋକେ ପ୍ରଥମେ ଗୋଟିଏ ସାପ ଘରେ ପଶୁଥିବାର ଦେଖିବାକୁ ପାଇଥିଲେ । ଏହାପରେ ସେମାନେ ବନବିଭାଗକୁ ଜଣାଇଥିଲେ । ବନବିଭାଗର ଅଧିକାରୀ ଏ ସମ୍ପର୍କରେ ତୁରନ୍ତ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇ ସାପ ଉଦ୍ଧାର ପାଇଁ ଡକାଇଥିଲେ । ହେଲ୍ପ ଲାଇନର ଦୁଇ ଜଣିଆ ସଦସ୍ୟ ଓ ବନବିଭାଗର କର୍ମଚାରୀ ସେଠାକୁ ଯାଇ ୧୩ଟି ଛୁଆ ନାଗଙ୍କ ସହିତ ମା ନାଗକୁ ଉଦ୍ଧାର କରିଥିଲେ । ଉଦ୍ଧାରପରେ ସେଗୁଡିକୁ ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/Snake.jpg)