କନକ ବ୍ୟୁରୋ : ପରିବା ଡାଲା ଭିତରେ ସାପ । ଭୁବନେଶ୍ୱର ଝାରପଡ଼ା ହାଟରେ ଜଣେ ପରିବା ବିକାଳି ପରିବା ରଖିଥିବା କ୍ରେଟ୍ ବା ଡାଲାକୁ ସଜାଡୁଥିବା ବେଳେ ସାପ ଗର୍ଜନ ଶୁଣିବାକୁ ପାଇଥିଲେ । ଆଉ ଯେତେବେଳେ ପରିବା ଡାଲାକୁ ନିରିଖି ଦେଖିଥିଲେ, ତା ଭିତରେ ଫସି ରହିଥିଲା ଏକ ନାଗ ସାପ । ସାପକୁ ଦେଖି ଭୟଭିତ ହୋଇଯାଇଥିଲେ ପରିବା ବ୍ୟବସାୟୀ । ଏହା ପରେ ତୁରନ୍ତ ସ୍ନେକ୍ ହେଲ୍ପ ଲାଇନ ନମ୍ବରକୁ ଜଣାଇଥିଲେ ।
ଘଟଣା ସ୍ଥଳରେ ସ୍ନେକ୍ ହେଲ୍ପ ଲାଇନ୍ ସମସ୍ୟ ରାଜେଶ ସୂତାର ପହଂଚି ନାଗ ସାପକୁ ଉଦ୍ଧାର କରିଥିଲେ । ତେବେ ସ୍ନେକ୍ ହେଲ୍ପ ଲାଇନର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କ କହିବା ଅନୁସାରେ ବେଙ୍ଗ ଖାଇବା ଆଶାରେ ନାଗ ସାପଟି ଏହି ପରିବା ଡାଲାରେ ପଶିଥିବା ଅନୁମାନ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/Snake.jpg)