କନକ ବ୍ୟୁରୋ : ସାପ ନେଉଛି ଜୀବନ । ଆଜି ସକାଳୁ ସକାଳୁ କନ୍ଧମାଳ ଜିଲ୍ଲାର ବାଲିଗୁଡାରେ ସାପ କାମୁଡାରେ ମାଆ, ପୁଅଙ୍କର ଜୀବନ ଯାଇଛି । ଘଟଣାସ୍ଥଳରେ ପୁଅର ମୃତ୍ୟୁ ହୋଇଥିବା ବେଳେ ମା’ଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ମେଡିକାଲରେ ମା’ଙ୍କ ମଧ୍ୟ ମୃତ୍ୟୁ ହୋଇଛି । ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ସାପ କାମୁଡାରେ ୬ଜଣଙ୍କର ମୃତ୍ୟୁ ହୋଇଥିଲା । ସାପ କାମୁଡାରେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି ।
୨୦୧୮-୧୯ରେ ୮୧୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୧୯-୨୦ରେ ୪ ମାସରେ ୨୩୭ ଜଣଙ୍କ ମୃତ୍ୟୁ ହେଲାଣି । ସେହିପରି ୨୦୧୭-୧୮ରେ ୮୨୩ ଜଣଙ୍କ ସାପ କାମୁଡାରେ ମୃତ୍ୟୁ ହୋଇଥିଲା । ୨୦୧୬-୧୭ରେ ୬୦୫ ଜଣ ଓ ୨୦୧୫-୧୬ରେ ସାପ କାମୁଡାରେ ୪୭୮ ଜଣଙ୍କ ମୃତ୍ୟୁ ହୋଇଥିଲା । ମୟୁରଭଂଜରେ ସାପ କାମୁଡାରେ ସର୍ବାଧିକ ୨୭୧ ଜଣଙ୍କ ପ୍ରାଣହାନୀ ଘଟିଛି ।
ଗଂଜାମରେ ୨୪୭ ଜଣ, ବାଲେଶ୍ୱରରେ ୨୪୨ ଜଣ, କେନ୍ଦୁଝରରେ ୨୨୭ଜଣ , ଭଦ୍ରକରେ ୧୮୦ ଜଣ , ଯାଜପୁର ୧୫୪ ଜଣ, ସମ୍ବଲପୁରରେ ୧୩୪ ଜଣଏବଂ କଟକରେ ୧୩୩ ଜଣଙ୍କ ଜୀବନ ଯାଇଛି ସାପ କାମୁଡାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/09/SAPA.jpg)
/kanak/media/post_attachments/wp-content/uploads/2019/09/Snakebite--300x127.jpg)