କନକ ବ୍ୟୁରୋ : ଏକ୍ସପ୍ରେସ ଟ୍ରେନରେ ନିଆଁ । ସମଲେଶ୍ୱରୀ ଏକ୍ସପ୍ରେସର ଏସି ବଗିରେ ନିଆଁ ଲାଗି ଯାଇଥିବା ଜଣାପଡିଛି । ରାଉରକେଲାରୁ ଝାରସୁଗୁଡା ଆସୁଥିବା ବେଳେ ସମଲେଶ୍ୱରୀ ଏକ୍ସପ୍ରେସର ଏସି ବଗିରେ ହଠାତ୍ ଧୂଆଁ ଦେଖିବାକୁ ମିଳିଥିଲା । ସର୍ଟସର୍କିଟ୍ ଯୋଗୁ ଏହି ବଗିରେ ନିଆଁ ଲାଗି ଯାଇଥିବା ଜଣାପଡିଛି । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ । ଯାତ୍ରୀ ସମ୍ପୂର୍ଣ୍ଣ ସୁର ସମ୍ବଲପୁରରେ ଏହି ଏକ୍ସପ୍ରେସ ଟ୍ରେନ୍ର ବଗି ପରିବର୍ତ୍ତନ କରାଯାଉଥିବା ସୂଚନା ମିଳିଛି । ଆଉ ତା’ପରେ ହିଁ ଟ୍ରେନ୍ ଚାଲିଛି ।
ସୂଚନାଯୋଗ୍ୟ ଆଜି ସକାଳେ ହାଓ୍ଵାଡ଼ାରୁ ସମ୍ବଲପୁରର ଆସୁଥିବା ସମଲେଶ୍ୱରୀ ଏକ୍ସପେସରେ ଏକ ବଟିରେ ନିଆଁ ଲାଗିଛି । ସର୍ଟ ସର୍କିଟରୁ ସମଲେଶ୍ୱରୀ ଏକ୍ସପ୍ରେସର ଗୋଟିଏ ଏୟାର କଣ୍ଡିସନର ବଗିରେ ନିଆଁ ଲାଗି ଥିବା ଜଣାଯାଇଛି । ବଗିରୁ ଧୂଆଁ ବାହାରୁଥିବା ଜଣାପଡ଼ିବା ପରେ ଟ୍ରେନ୍ ଅଟକାଇଯାଇ ନିଆଁକୁ ଆୟତ କରାଯାଇଥିବା ଜଣାପଡ଼ିଛି । ରାଉରକେଲାରୁ ଝାରସୁଗୁଡ଼ର ମଧ୍ୟରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି । ତେବେ ଟ୍ରେନ୍ଟି ଝାରସୁଗୁଡ଼ା ଷ୍ଟେସନରେ ପହଞ୍ଚିବା ପବରେ ଏଥିରେ ସର୍ଟସର୍କିଟ ହୋଇଥିବା ଜଣାପଡ଼ିଥିଳା । ତେଣୁ ଟେନ୍ ସମ୍ବଲପୁରରେ ପହଞ୍ଚିବା ପରେ ଏହି ବଗିକୁ ଟ୍ରେନରୁ ଅଲଗା କରି ଅନ୍ୟ ଏକ ବଗି ସେଥିରେ ସଂଯୋଗ କରାଯାଇଥିବା ରେଳବାଇ ପକ୍ଷରୁ ଏ ନେଇ ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/Screen-shot-2018-04-20-at-11.10.45-AM.png)