ଏକ ସ୍ୱତନ୍ତ୍ର ସେଟିଂକୁ କରନ୍ତୁ ଅନ୍ ! ଆପଣଙ୍କ ଇସାରାରେ ଚାଲିବ ସ୍ମାର୍ଟଫୋନ୍

69

ବର୍ତ୍ତମାନ ସମୟରେ ପିଲାଠାରୁ ବୁଢ଼ାଯାଏ ସମସ୍ତେ ବ୍ୟବହାର କରୁଛନ୍ତି ସ୍ମାର୍ଟଫୋନ୍ । ସ୍ମାର୍ଟଫୋନ୍ ଆମ ଜୀବନର ଏକ ଅଭିନ୍ନ ଅଙ୍ଗ ହୋଇଗଲାଣି । ଗୋଟିଏ ଦିନ ବିନା ସ୍ମାର୍ଟଫୋନରେ ଜୀବନ ବିତାଇବା କଷ୍ଟକର ହୋଇପଡ଼ୁଛି । ଆଉ ଏବେ ନିଜ ସ୍ମାର୍ଟଫୋନରେ କେତେକ ଜରୁରୀ ଡ଼ାଟା ସାଇତି ରଖୁଛନ୍ତି । ଯେଉଁଥିରେ ଥାଏ ଭିଡିଓ, ଫଟୋ, ଆପ୍ କିମ୍ବା ଅନ୍ୟାନ୍ୟ ଜରୁରୀ ଡକ୍ୟୁମେଣ୍ଟ । ତେବେ ଆସନ୍ତୁ ଜାଣିବା ଏକ ସେଟିଂ ବିଷୟରେ ଯାହାକୁ ଅନ୍ କଲେ, ଆପଣଙ୍କ ଇଚ୍ଛାରେ ହିଁ ଚାଲିବ ଫୋନ୍ ।

ଆପଣ ଯାହା ଦେଖାଇବା ପାଇଁ ଚାହିଁବେ ତାହା ଦେଖାଇବ ଫୋନ୍ । ଫୋନ୍ ପୁରାପୁରି ଭାବେ ଆପଣଙ୍କ ନିୟନ୍ତ୍ରଣରେ ରହିବ । ଆପଣଙ୍କ ଇଚ୍ଛା ଅନୁସାରେ ଚାଲିବ ଫୋନ୍ । ଫୋନରେ ଅନାବଶ୍ୟକ ବିଜ୍ଞାପନ ଆସିବ ନାହିଁ । ଆପଣ ୟୁଟ୍ୟବୁ ଚଳାନ୍ତୁ କିମ୍ବା କୌଣସି ଆପ୍, ଆପଣଙ୍କ ଇଚ୍ଛା ଅନୁସାରେ ଆସିବ ବିଜ୍ଞାପନ । ଅନେକ ଥର ଫୋନକୁ ଆସୁଥିବା ଅନେକ ଫାଲତୁ ବିଜ୍ଞାପନ ପାଇଁ ସର୍ବସମ୍ମୁଖରେ ଲଜ୍ଜିତ ହେବାକୁ ପଡ଼େ । ତେବେ ଏଥିପାଇଁ ଆଉ ଆପଣଙ୍କୁ ଚିନ୍ତା କରିବା ପାଇଁ ପଡ଼ିବ ନାହିଁ । ତେବେ ସମସ୍ତ ସ୍ମାର୍ଟଫୋନ୍ ୟୁଜରକୁ ଏକ ସ୍ୱତନ୍ତ୍ର ସେଟିଂକୁ ଅନ୍ କରିବାକୁ ପଡ଼ିବ ।

୧- ଫୋନ୍ ସେଟିଂ ଯାଇ ଗୁଗଲକୁ ଯାଆନ୍ତୁ । ଏଠାରେ ଆଡ଼ସରେ କ୍ଲିକ କରନ୍ତୁ । ଏଥିରେ Opt out of ads Personailization କୁ ଅନ୍ କରିଦିଅନ୍ତୁ ।

୨- ଆଉ ଏବେ Ads by Google ଅପ୍ସନରେ କ୍ଲିକ୍ କରନ୍ତୁୁ । ଏବେ କ୍ରୋମରେ ଖୋଲିବ ନୂଆ ପେଜ୍ । ଏଥିରେ Ad Settings ରେ କ୍ଲିକ୍ କରନ୍ତ ।

୩- ଖୋଲିଥିବା ପେଜରେ ଯେଉଁ ପ୍ରକାର ବିଜ୍ଞାପନକୁ ଆପଣ ନାପସନ୍ଦ କରୁଛନ୍ତି, ତାହା ସାମ୍ନାରେ କ୍ରାସ ଉପରେ ଟାପ୍ କରନ୍ତୁ । ଆଉ ତାହା ତାଲିକା ରୁ ହଟିଯିବ । ଏବେ ବାକି ଥିବା ବିଜ୍ଞାପନ ହିଁ ଆପଣଙ୍କୁ ଦେଖାଦେବ ।

୪- ଏହାପରେ ଆପଣଙ୍କୁ ୨ ପ୍ରକାର ଅପ୍ସନ ଦେଖାଯିବ । Topics You Like   ଓ Topics You Dont Like । ଆପଣ ଯାହା ଅପ୍ସନ ତାଲିକାରୁ ହଟାଇଛନ୍ତି ତହା ଆପଣଙ୍କୁ Topics You Dont Like ରେ ଦେଖାଦେବ ।