ଭାରତୀୟ ବଜାରକୁ ଖୁବ ଶୀଘ୍ର ଆସିବ ବୈଦୁତିକ ସ୍ମାର୍ଟ ସ୍କୁଟର ! ବାହାନ ଖରାପ ହେଲେ ନିଜେ ଦେବ ସୂଚନା

59

ଭାରତୀୟ ବଜାରକୁ ଆସୁଛି ବୈଦୁତିକ ସ୍ମାର୍ଟ ସ୍କୁଟର । ସ୍କୁଟର ଖରାପ ହେବେ ଆଉ ଆପଣଙ୍କୁ ମେକାନିକ ପାଖକୁ ଯିବାକୁ ପଡ଼ିବ ନାହିଁ । ନିଜେ ସ୍କୁଟର ହିଁ କହିଦେବ ଆପଣଙ୍କ ବାହାନ ଖରାପ ହେବାକୁ ଯାଉଛି । ଆଉ ଆପଣ ସଚେତନ ହୋଇଯିବ । ସୂଚନା ଅନୁସାରେ ଭାରତୀୟ ପ୍ରାଦୌଗିକ ସଂସ୍ଥାନ ( ଆଇଆଇଟି ) କାନପୁରର ଜଣେ ପୂର୍ବ ଛାତ୍ରଙ୍କ ସମେତ ଆଇଆଇଟି ଦିଲ୍ଲୀର କିଛି ଛାତ୍ର ମିଳିତ ଭାବେ ଏକ ସ୍ମାର୍ଟ ବୈଦୁତିକ ସ୍କୁଟର ତିଆରି କରିଛନ୍ତି । ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ସ୍କୁଟର ଖରାପ ହେଲେ ନିଜେ ସୂଚନା ଦେଇଦେବ, ଯେ ବାହାନ ଖରାପ ହେବାକୁ ଯାଉଛି । ଏହାସହ ସ୍କୁଟର ଚାଲିବା ସମୟରେ କେତେ ପ୍ରତିଶତ ବ୍ୟାଟେରୀ ଅଛି ବୋଲି ମଧ୍ୟ ସଙ୍କେତ ଦେଇଦେବ ।

ଏପରି ହେବାଦ୍ୱାରା ବାହାନ ଚାଳକ ଜାଣିପାରିବେ ଆଉ କେତେ ଦୂର ଚାଲିପାରିବ ସ୍କୁଟର । ଆଇଆଇଟି କାନପୁରରୁ ୨୦୧୩ ରେ ଇଞ୍ଜିନିୟରିଂ ଡିଗ୍ରି ପ୍ରାପ୍ତ କରିଥିବା ପୀୟସୁ ଆସାତୀଙ୍କ ସମେତ ଦିଲ୍ଲୀରୁ ଆଇଆଇଟି କରିଥିବା ନିକେଶ, ଶିବରାମ, ଅଲତମଶ ଓ ପ୍ରଣୟ ଏହି ସ୍କାର୍ଟ ସ୍କୁଟରକୁ ଦିଲ୍ଲୀର ଇନକ୍ୟୁବେସନ ସେଂଟରରେ ତିଆରି କରିଛିନ୍ତି ।

ଏହି ସ୍କୁଟରର ଷ୍ଟାଟଅପ୍ ଆରମ୍ଭ କରିବା ସହ ଏହାକୁ ବେକମୋହନ ଟେକ୍ନୋଲୋଜି ନାମ ଦେଇଛି । ଏହି ପ୍ରୋଜେକ୍ଟରେ ଏପରି ସେନସର ଲାଗିଛି, ଯାହା ବ୍ୟାଟେରୀ କ୍ଷମତା, ଉପଯୋଗ କ୍ଷମତା ବିଷୟରେ ଚାଳକକୁ ଜଣାଇବ । ସ୍ମାର୍ଟ ସ୍କୁଟରରେ ବ୍ୟାଟେରୀ ଆଉ କେତେ ଦୂର ଯାଇପାରିବ ସେ ନେଇ ଚାଳକକୁ ଜଣାଇବ । ତେବେ ଏହି ସ୍କୁଟରକୁ ଖୁବ ଶୀଘ୍ର ଭାରତୀୟ ବାଜରକୁ ଆଣିବା ପାଇଁ ପ୍ରସ୍ତୁତି ଚାଲିଛି । ତେବେ ଏହି ସ୍କୁଟର ଆମ ଦେଶରେ ଲଂଚ ହେବା ପରେ ଏଥିରେ ଯାତ୍ରା କରିବା ଖୁବ ମଜାଦାର ହେବ ବୋଲି ଆଶା କରାଯାଉଛି ।