କନକ ବ୍ୟୁରୋ : ଖୁବଶୀଘ୍ର ସ୍ମାର୍ଟ ସିଟି ଭୁବନେଶ୍ୱର ଦେଖିବ ସ୍ମାର୍ଟ ଜନପଥ । ଯେଉଁଟି ରାଜଧାନୀବାସୀଙ୍କ ପାଇଁ ରହିବ ସ୍ମାର୍ଟ ରାସ୍ତା, ପାର୍କିଂ ଓ ଟ୍ରାଫିକ୍ ସହ ଫୁଡ୍ ପ୍ଲାଜା ଭଳି ବ୍ୟବସ୍ଥା । ଏଥିସହ ଦମକଳ, ଆମ୍ବୁଲାନ୍ସ, ପୋଲିସ ଏବଂ ସହରର ସମସ୍ତ ଷ୍ଟ୍ରିଟ୍ ଲାଇଟକୁ ଏକାସଙ୍ଗେ ଗୋଟିଏ ସ୍ଥାନରୁ ନିୟନ୍ତ୍ରଣ କରିବାକୁ ସ୍ମାର୍ଟ ଜନପଥରେ ତିଆରି ହେଉଛି ସ୍ମାର୍ଟ ଅପରେସନ୍ ସେଂଟର ।

Advertisment

ନୂଆ ରୂପ ନେଉଛି ରାଜଧାନୀ । ଶିଶୁଭବନ ଛକରୁ ବାଣୀବିହାର ଯାଏଁ ତିଆରି ଚାଲିଛି ସ୍ମାର୍ଟ ଜନପଥ । ରାଜଧାନୀ ବାସୀଙ୍କ ପାଇଁ ତିଆରି ହେଉଛି ସ୍ମାର୍ଟ ରାସ୍ତା । ଜଳ ନିଷ୍କାସନ ପାଇଁ ରାସ୍ତାର ଦୁଇ ପାଶ୍ୱରେ ରହିବ ବଡ ବଡ ଡ୍ରେନ୍ । ରାସ୍ତା ତଳେ ଯିବ କେବୁଲ । ସାଇକେଲ ଓ ପଥଚାରୀଙ୍କ ପାଇଁ ରହିବ ସ୍ୱତନ୍ତ୍ର ଟ୍ରାକ୍ । ଚକାଚକ୍ ରାସ୍ତା ସହ ଆଧୁନିକ ଟ୍ରାଫିକ୍ ସିଗନାଲ, ପାର୍କିଂ ଓ ଫୁଡ୍ ପ୍ଲାଜା ସ୍ଥାନ ପାଇବ ସ୍ମାର୍ଟ ସିଟିର ଏହି ସ୍ମାର୍ଟ ଜନପଥରେ ।

publive-image

ସ୍ମାର୍ଟ ଜନପଥରେ ତିଆରି ଚାଲିଛି ସ୍ମାର୍ଟ କମାଣ୍ଡ ସେଂଟର । ଯେଉଁଠାରୁ ସାରା ରାଜଧାନୀ ଉପରେ ନଜର ରଖିହେବ ।

- ଭୁବନେଶ୍ୱରର ୫୦ ଟି ସ୍ଥାନର ଟ୍ରାଫିକକୁ ଏକାସଙ୍ଗେ ଏଠାରୁ ଦେଖିହେବ ଏବଂ ନିୟନ୍ତ୍ରଣ ବି କରିହେବ ।

- ବିଏମସିର ସବୁ ଗାଡି ଏବଂ ବସକୁ ଏଠାରୁ ଟ୍ରାକ୍ କରାଯାଇପାରିବ ।

- ଅଗ୍ନିଶମ, ଆମ୍ବୁଲାନ୍ସ, ପୋଲିସ, ଅଭିଯୋଗ କେନ୍ଦ୍ର ଏବଂ ସହରର ଷ୍ଟ୍ରିଟ୍ ଲାଇଟକୁ ଏଠାରୁ ନିୟନ୍ତ୍ରଣ କରିହେବ ।

ବର୍ତ୍ତମାନ ଅସ୍ଥାୟୀ ଭାବେ ବିଏମସି ଭବାନୀ ମଲରୁ ଏହି ୱାନ୍ ଷ୍ଟପ୍ ସଲ୍ୟୁସନ୍ ସେଂଟର ଆରମ୍ଭ ହୋଇଛି ।ସ୍ମାର୍ଟ ଜନପଥ ପ୍ରକଳ୍ପରେ ସହିଦ ନଗର ଓ ରାଜମହଲରେ ମଲ୍ଟି ଲେବୁଲ କାର୍ ପାର୍କିଂସ୍ଥଳୀ ହେବ । ବିଏମସି ପାଇଁ ବଡ ବିଲଡିଂ ଏବଂ ବିଡିଏର ୩ଟି ବଡ ବଡ ପାର୍କ ତିଆରି ହେବ । ଦୁଇ ବର୍ଷ ଭିତରେ ସମସ୍ତ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବହୁ ପ୍ରତୀକ୍ଷିତ ସ୍ମାର୍ଟ ଜନପଥ ପ୍ରକଳ୍ପ କାମର ସମୀକ୍ଷା କରିଛନ୍ତି ।