କନକ ବ୍ୟୁରୋ : ଏଣିକି ଖୁଚୁରା ତେଜରାତି ଦୋକାନୀମାନେ ବାଇକ୍ରେ ମାଲ୍ ପରିବହନ କରିପାରିବେ । ପୂର୍ବରୁ ଏମାନଙ୍କ ଉପରେ ଲାଗୁ ହୋଇଥିବା ପୁଲିସ କଟକଣାକୁ ହଟାଇ ଦିଆଯାଇଛି । ଏବେ ସେମାନେ ନିଜ ଅଞ୍ଚଳର ଥାନା କିମ୍ବା ଫାଣ୍ଡିରୁ ପାସ୍ ସଂଗ୍ରହ କରି ନିଜ ବାଇକ୍ ଯୋଗେ ମାଲ୍ ପରିବହନ କରିପାରିବେ । ତେଣୁ ଏବେ ଉଭୟ ଖୁଚୁରା ବେପାରୀ ଓ ଗରିବ ଖାଉଟିମାନେ ଦରବୃଦ୍ଧି ଆଶଙ୍କାରୁ ଆଶ୍ବସ୍ତ ହୋଇଛନ୍ତି ।
ତାଲାବନ୍ଦ ବା ଲକଡାଉନ ପରଠାରୁ ଖୁଚୁରା ତେଜରାତି ବେପାରୀମାନଙ୍କୁ ବାଇକ୍ରେ ମାଲ୍ ପରିବହନ କରିବାକୁ ଦିଆଯାଇନଥିଲା । ପରିବା ଓ ମାଛ ବେପାରୀମାନେ ବାଇକ୍ରେ ମାଲ୍ ନେବା ଆଣିବା କରୁଥିଲେ ହେଁ ଖୁଚୁରା ତେଜରାତି ଦୋକାନୀଙ୍କ ଉପରେ ପୁଲିସ କଟକଣା ଲାଗୁ କରିଥିଲା। ଫଳରେ କେହି କେହି ପାଇକାରୀ ଦୋକାନକୁ ବା ହାଟକୁ ବାଇକ୍ରେ ଯାଇ ବାଟରେ ପୁଲିସ ହାତରେ ଧରାପଡ଼ି ଜରିମାନା ଦେଉଥିଲେ । ଗାଳିମନ୍ଦ ସାଙ୍ଗକୁ ପୁଲିସ ପିଟା ବି ଖାଉଥିଲେ । ତେଣୁ ବାଧ୍ୟ ହୋଇ ସେମାନେ ଟାଟା ଏସ୍ ବା ମାଲବାହୀ ଅଟୋ ଭଡ଼ା କରି ମାଲ୍ ପରିବହନ କଲେ । ଛୋଟ ଛୋଟ ଦୋକାନୀମାନେ କମ୍ ପରିମାଣର ମାଲ୍ ଅଧିକ ଅଟୋ ଭଡ଼ା ଦେଇ ଆଣିବା ପରେ ଉକ୍ତ ଭଡ଼ାକୁ ଖାଉଟିଙ୍କ ଉପରେ କଷିଲେ । ଫଳରେ ଦର ବୃଦ୍ଧି ହେଲା । ସହରର ବସ୍ତି ହେଉ କି ଗାଁର ଗରିବ ଖାଉଟିମାନେ ଦରବୃଦ୍ଧି ଯୋଗୁଁ ହନ୍ତସନ୍ତ ହେଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/04/13-3.jpg)