କୁନି ରଥରେ କୁନି କାଳିଆ । ବାଲୁକା ଶିଳ୍ପୀ ସୁବଳ ମହାରଣା ତିଆରି କଲେ ୧.୧୪ ଗ୍ରାମ ଓଜନର ନନ୍ଦିଘୋଷ । ରଥରେ ବିଜେ କରିଛନ୍ତି କଳାଠାକୁର । ବିଶ୍ୱର ସବୁଠାରୁ ଛୋଟିଆ ରଥ ନିର୍ମାଣ ନେଇ ଦାବି

144

କନକ ବ୍ୟୁରୋ : କୁନି ରଥରେ କୁନିକାଳିଆ । ବିଶ୍ୱର ସବୁଠାରୁ ଛୋଟିଆ ରଥ ନିର୍ମାଣ କରିଥିବା ଦାବି କରିଛନ୍ତି ବାଲୁକା ଶିଳ୍ପୀ ସୁବଳ ମହାରଣା । ଲିମ୍ୱ, ବେଲ, ତୁଳସୀ, ଚନ୍ଦନ କାଠ ଇତ୍ୟାଦିକୁ ବ୍ୟବହାର କରି ସେ ବନେଇଛନ୍ତି ଏହି ନନ୍ଦିଘୋଷ ରଥ । କେବଳ ଏତିକି ନୁହଁ ଏହି ରଥ ଭିତରେ ଶୋଭା ପାଉଛନ୍ତି କୁନି ଜଗନ୍ନାଥ ।

ଏହି ଛୋଟିଆ ରଥର ଉଚ୍ଚତା ୨.୩ ସେଂଟିମିଟର, ଚଉଡା ୧.୯ ସେଂଟିମିଟର , ଓଜନ ୧ ଗ୍ରାମ ୧୪୦ ମିଲିଗ୍ରାମ । ଏହି କୁନି ରଥକୁ ତିଆରି କରିବାକୁ ସୁବଳ ମହାରଣାଂକୁ ଲାଗିଛି ୧୫ ଘଂଟା ୨୦ ମିନିଟ ସମୟ । ଏହି କୁନି ରଥ ପାଇଁ ସେ ଗିନିଜ ବୁକ୍ ଅଫ୍ ୱାର୍ଲଡ ପାଇଁ ଆବେଦନ କରିବେ ବୋଲି କହିଛନ୍ତି ।