କନକ ବ୍ୟୁରୋ : ଜଣେ ମଦ୍ୟପ ବାପା ମଦ ପିଇବା ପରେ ନିଜର ହୋସ୍ ହରାଇ ନିଜର ୬ ଓ ୩ ବର୍ଷୀୟା ଦୁଇ ଝିଅଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏପରି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ଗ୍ରେଟର୍‌ ନୋଇଡ଼ାଠାରେ । ଅଭିଯୁକ୍ତ ହରିଶ ଏପରି ଜଘନ୍ୟ ଘଟଣା ଘଟାଇବା ପରେ ଘରଛାଡ଼ି କେଉଁଆଡ଼େ ପଳାଇ ଯାଇଥିବା ଜାଣିବାକୁ ମିଳିଛି। ସେ ସୂରଜପୁର ଅଞ୍ଚଳରେ ତାଙ୍କ ପତ୍ନୀ ଓ ଦୁଇ ଝିଅଙ୍କ ସହ ରହୁଥିଲେ । ଗୁରୁବାର ରାତିରେ ଏହି ଘଟଣା ଘଟିବା ପରେ ପୁଲିସ୍‌ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି ।

Advertisment

ରିପୋର୍ଟରୁ ଜାଣିବାକୁ ମିଳିିଛି ଯେ ଅଭିଯୁକ୍ତ ହରିଶଙ୍କର ପ୍ରଥମେ ତାଙ୍କ ପତ୍ନୀଙ୍କ ସହ ବଚସା ହୋଇଥିଲା। ପତ୍ନୀ ତାଙ୍କ ସହ ଯୁକ୍ତିତର୍କ କରିବାରୁ ସେ ରାଗରେ ଆସି ତାଙ୍କ ପିଲାମାନଙ୍କ ଉପରେ ଆକ୍ରମଣ କରିଥିଲେ । ବ୍ୟକ୍ତି ଜଣକ ଆକ୍ରମଣ କରିବାରୁ ତାଙ୍କ ଝିଅମାନଙ୍କ ମୁଣ୍ଡରେ ଆଘାତ ଲାଗିବା ସେମାନଙ୍କର ମୃତ୍ୟୁ ଘଟିଛି । ଅଭିଯୁକ୍ତଙ୍କ ପତ୍ନୀ ଅଭିଯୋଗ ଆଣିବା ପରେ ପୁଲିସ୍ ତଦନ୍ତ ଆରମ୍ଭ କରିଛି ।