ସୁପ୍ରିମକୋର୍ଟଙ୍କ ଅନୁମତି ପରେ ଆଜି କାଶ୍ମୀର ଯିବେ ସୀତାରାମ ୟେଚୁରୀ : ପ୍ରଥମ ଥର ପାଇଁ ଘାଟିକୁ ଯିବେ କୌଣସି ବିରୋଧୀ ଦଳ ନେତା

230

କନକ ବ୍ୟୁରୋ : ସୁପ୍ରିମକୋର୍ଟଙ୍କ ଅନୁମତି ପରେ ଆଜି ଜାମ୍ମୁକାଶ୍ମୀର ଯିବେ ସିପିଏମ ନେତା ସୀତାରାମ ୟେଚୁରୀ  । ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମ ଥର ପାଇଁ କୌଣସି ବିରୋଧୀ ଦଳର ରାଜନେତାଙ୍କୁ ଜାମ୍ମୁକାଶ୍ମୀର ଯିବାକୁ ଅନୁମତି ମିଳିଛି । ତେବେ ସୀତାରାମ ତାଙ୍କ ଦଳର ବିଧାୟକ ତାରିଗାମଙ୍କୁ କେବଳ ଭେଟିବେ, ଅନ୍ୟ କାହାକୁ ଭେଟି ପାରିବେ ନାହିଁ । ଏହାପରେ ତାରିଗାମଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନେଇ ସତ୍ୟପାଠ ଆକାରରେ ସୁପ୍ରିମକୋର୍ଟରେ ତଥ୍ୟ ଦାଖଲ କରିବେ ୟେଚୁରୀ । ଗତକାଲି ସୁପ୍ରିମକୋର୍ଟ ୟେଚୁରୀଙ୍କୁ କାଶ୍ମୀର ଯିବା ପାଇଁ ଅନୁମତି ଦେବା ସହ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି କେନ୍ଦ୍ର ଶାସିତ ଅଂଚଳ ଲଦାଖ ଗସ୍ତରେ ଯିବେ । ଜମ୍ମୁକଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ସହ ଲଦାଖକୁ କେନ୍ଦ୍ର ଶାସିତ ଅଂଚଳ ଘୋଷଣା ପରେ ଏହା କେନ୍ଦ୍ର ସରକାରଙ୍କ ବରିଷ୍ଠ ମନ୍ତ୍ରୀଙ୍କ ପ୍ରଥମ ଗସ୍ତ । ଗସ୍ତ ଅବସରରେ ସୀମା ସୁରକ୍ଷାର ସ୍ଥିତି ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ । ଲଦାଖରେ ଆୟୋଜିତ ୨୬ତମ ଲଦାଖି କିସାନ ଜବାନ ବିଜ୍ଞାନ ମେଳାକୁ ଉଦଘାଟନ କରିବେ ରାଜନାଥ । ଏହାଛଡା ସେଠାରେ ଏକ ବିଜ୍ଞାନମେଳାର ଶୁଭାରମ୍ଭ କରିବେ । ଡିଆରଡିଓ ପକ୍ଷରୁ ପ୍ରତିକୂଳ ପରିବେଶରେ ଅଧିକ ଅମଳ କ୍ଷମ ଚାଷ ପ୍ରଣାଳୀ ଉପରେ ଏହି ବିଜ୍ଞାନ ମେଳାରେ ପ୍ରଦର୍ଶନ କରାଯିବ ।