ଅଲୋଡା ଶିଶୁଙ୍କ ପାଇଁ ନୂଆ ଯୋଜନା ! ମାଲକାନଗିରି ଜିଲ୍ଲାର ସବୁ ଡାକ୍ତରଖାନାରେ ସ୍ଥାପନ ହେଲା ଶିଶୁ ଝୁଲାଦୋଳି

64

କନକ ବ୍ୟୁରୋ : ଏଣିକି ଅଳିଆ ଗଦାରେ ଫିଙ୍ଗା ହେବେ ନାହିଁ ଅଲୋଡା ସନ୍ତାନ । କାରଣ ଅଲୋଡା ଓ ଅବାଂଛିତ ସନ୍ତାନଙ୍କ ପାଇଁ ଆରମ୍ଭ ହୋଇଛି ଶିଶୁ ଝୋଲା କାର୍ଯ୍ୟକ୍ରମ । ପ୍ରତିଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ରରେ ଅଲୋଡା ନବଜାତଙ୍କ ପାଇଁ ଦୋଳିଟିଏ ସ୍ଥାପନ କରିଛି ଜିଲ୍ଲା ଶିଶୁ ସୁରକ୍ଷା ସମିତି । ମାଲକାନଗିରି ଜିଲ୍ଲାରେ ଅଲୋଡା ଶିଶୁଙ୍କ ସଂଖ୍ୟା ମାତ୍ରାଧିକ ଥିବାରୁ ମାଲକାନଗିରି ଜିଲ୍ଲାର ପ୍ରତିଟି ସ୍ୱାସ୍ଥ କେନ୍ଦ୍ରରେ ସ୍ଥାପନ ହୋଇଛି ଶିଶୁ ଝୋଲା ।

ଅବହେଳିତ ଓ ପରିତ୍ୟକ୍ତ ସନ୍ତାନଙ୍କୁ ଏଣେତଣେ ନଫିଙ୍ଗି, ସ୍ୱତନ୍ତ୍ର ଦୋଳିରେ ରଖିବାକୁ ପ୍ରତିଟି ଡାକ୍ତରଖାନାରେ ରଖା ଯାଇଛି ଶିଶୁ ଦୋଳି । ତେବେ ଗୁରୁତ୍ୱପୂର୍ଣ କଥା ହୋଉଛି, ଏହି ଦୋଳିରେ ଶୁଶୁ ଛାଡିବା ଅଇନ ଅନୁଯାୟୀ କୌଣସି ଅପରାଧ ନୁହଁ । ଜନ୍ମଦାତ୍ରୀ ମା କିମ୍ବା ବାପାଙ୍କୁ ଏଥି ପାଇଁ କୌଣସି ଦଣ୍ଡବିଧାନ ମଧ୍ୟ କରାଯିବ ନାହିଁ । ଏବଂ ଏଥିରେ ଛଡା ଯାଇଥିବା ଶିଶୁଟିର ସମ୍ପୁର୍ଣ ଯତ୍ନ ଓ ଲାଳଣ ପାଳନ କରିବେ ରାଜ୍ୟ ସରକାର । ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ଜିଲ୍ଲାର ସମସ୍ତ ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ରରେ ୯ ଟି ଶିଶୁ ଦୋଳି ସ୍ଥାପନ କରା ଯାଇଥିବା ବେଳେ ଆଗାମୀ ଦିନରେ ଏହାର ସଖ୍ୟା ଆହୁରି ବଢେଇବାର ଲକ୍ଷ୍ୟ ରଖିଛି ଜିଲ୍ଲା ଶିଶୁ ସୁରକ୍ଷା ସମିତି ।

ରାଜ୍ୟରେ ଦିନକୁ ଦିନ ରାସ୍ତା କଡ଼ରେ ଶିଶୁକୁ ଫୋପାଡ଼ିଦେବା ସାମ୍ନାକୁ ଆସୁଛି । ଆଉ ଏପରିସ୍ଥଳେ କେବଳ ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲାରେ ଗତ ୫ ବର୍ଷରେ ୪୦ରୁ ଉର୍ଦ୍ଧ୍ୱର୍ ପରିତକ୍ତ ଶିଶୁକୁ ଉଦ୍ଧାର କରା ଯାଇଥିବା ସରକାରୀ ଭାବେ କୁହା ଯାଇଛି । ଏହି ପରିତ୍ୟକ୍ତ ଶିଶୁ ମାନଙ୍କୁ କୋଳଶୂନ୍ୟ ଦମ୍ପତିଙ୍କୁ ଦିଆଯିବା ପାଇଁ ସେନ୍ଟ୍ରାଲ ଆଡପଶନ୍ ରିସୋର୍ସ ଅଥରିଟି ଅଥବା କାରା ନାମକ ସଂସ୍ଥା ବିଶେଷ ଭାବରେ କାମ କରୁଛି । କାରାର ସ୍ୱତନ୍ତ୍ର ନିୟମାବଳୀ ଅନୁଯାୟୀ ଏହି ଶିଶୁ ଦୋଳି ସ୍ଥାପନ କରା ଯା ଥିବା ବେଳେ ଅବାଂଛିତ ଶିଶୁ ମାନଙ୍କୁ ପୌଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ଦିଗରେ ଏହା ବେଶ ସହାୟକ ହବ ।