କନକ ବ୍ୟୁରୋ : ଚୋରା ଚାଲାଣ ବେଳେ ୯୫ଲକ୍ଷ ଟଙ୍କାର ରୂପା ଜବତ । ଛତିଶଗଡ ରାୟପୁରରୁ ସମ୍ବଲପୁରକୁ ଚାଲାଣ ବେଳେ ଚୋରାଚାଲାଣ ହେଉଥିବା ୨୪୫ କିଲୋଗ୍ରାମ ଓଜନର ରୂପା ଜବତ କରିଛି ପୁଲିସ । ସମ୍ବଲପୁର ପୁଲିସର ସ୍ୱତନ୍ତ୍ର ସ୍କ୍ୱାଡର ଯାଂଚ ବେଳେ ଏହା ଧରାପଡିଛି । ରାୟପୁରରୁ ଏକ ଡଷ୍ଟର କାର ଯୋଗେ ୯୫ଲକ୍ଷ ଟଙ୍କାର ରୂପା ଅଳଙ୍କାର ଆସୁଥିବା ନେଇ ପୁଲିସକୁ ସୂଚନା ମିଳିଥିଲା ।
ଏହି ସୂଚନା ଆଧାରରେ ବିଭିନ୍ନ ଗାଡି ମଟର ଯାଂଚ କରୁଥିବାବେଳେ ଉକ୍ତ ଗାଡିରୁ ୨୪୫କିଲୋଗ୍ରାମ ଓଜନର ବିଭିନ୍ନ ରୁପା ଅଳଙ୍କାର ମିଳିଥିଲା । ସମ୍ବଲପୁରର ବିଭିନ୍ନ ରୂପା ଦୋକାନରେ ଏହାକୁ ବିକ୍ରି କରିବା ପାଇଁ ଅଣାଯାଉଥିଲା ବୋଲି ସୂଚନା ମିଳିଛି । ଟିକସ ଫାଙ୍କି ଏହି ରୂପା ସାମଗ୍ରୀ ଅଣାଯାଉଥିବା ଜଣାପଡିବା ପରେ ଘଟଣାକୁ ଭିଜିଲାନ୍ସ ବିଭାଗକୁ ହସ୍ତାନ୍ତର କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/1-36.jpg)