ଅସାଧାରଣ ପ୍ରତିଭାର ଅଧିକାରୀ ସିକିମର ହେମନ ଥାପ୍ପା ! ନାକରେ ବଜାଇ ପାରନ୍ତି ବଂଶୀ

133

ଭଗବାନ ସମସ୍ତଙ୍କୁ କିଛି ନା କିଛି ପ୍ରତିଭା ଦେଇଥାଆନ୍ତି, ଯାହା ଜଣକୁ ଅନ୍ୟ ଠାରୁ ଭିନ୍ନ ପରିଚିତ କରାଏ । କାହା ଦ୍ୱାରା ଭଲ ଗୀତ ହୁଏ ତ କିଏ ଭଲ ପାଠ ପଢ଼େ ଆଉ କିଏ ଭଲ ନାଚ କରିପାରେ, କିଏ ଭଲ ବଂଶୀ ବଜାଏ । ତେବେ ଭଲ ବଂଶୀ ବାଜଇବା ସହ ନାକରେ ବଂଶୀ ବଜାଇବା ନିହାତି ଏକ ଅସାଧାରଣ ପ୍ରତିଭା । ଆପଣ ଭାବୁଥିବେ ନାକରେ ବଂଶୀ ବଜାଇବା କ’ଣ ସମ୍ଭବ । ସିକିମର ୪୫ ବର୍ଷ ବୟସ୍କ ହେମନ ଥାପ୍ପା ଏମିତି ଅସାଧାରଣ ପ୍ରତିଭାର ଅଧିକାରୀ । ନାକରେ ବଜାଉଛନ୍ତି ବଂଶୀ ।

ସମସ୍ତେ ନିଜ ପାଟି ଦ୍ୱାରା ବଂଶୀ ବଜାଉଥିବା ବେଳେ ହେମନ ଥାପ୍ପା ନାକରେ ବଂଶୀ ବଜାଇବା ଆଶ୍ଚର୍ଯ୍ୟ କରିଛି ସମସ୍ତଙ୍କୁ । ତାଙ୍କର ନିଆରା ଶୈଳୀରେ ବଂଶୀ ବଜାଇବା ଏବେ ଇଂଟରନେଟରେ କୌତୁହଳ ସୃଷ୍ଟି କରିଛି । ତେବେ ସେ ଯେ କେବଳ ନାକରେ ସୁନ୍ଦର ଭାବେ ବଂଶୀ ବଜାଇପାରନ୍ତି ତାହା ନୁହଁ ବଂଶୀ ବଜାଇବା ସହ ଏକକାଳୀନ ଭାବେ ଗିଟାର ଓ ପିଆନୋ ମଧ୍ୟ ବଜାଇପାରନ୍ତି । ଯାହା ଶ୍ରୋତାଙ୍କୁ ସବୁବେଳେ ଚମତ୍କୃତ କରିଥାଏ । ସିକିମର ହେମାନ ଥାପ୍ପା ଜଣେ ପେଶାଦାର ବଂଶୀ ବାଦକ । ବଂଶୀ ବଜାଇବା ଦ୍ୱାରା ତାଙ୍କୁ ବେଶ ଆନନ୍ଦ ମିଳିଥାଏ ବୋଲି କୁହନ୍ତି ହେମାନ । ହେମାନଙ୍କ ନାକରେ ବଂଶୀ ବଜାଇବାକୁ ଏବେ ମିଳିଛି ପ୍ରଶଂସା । ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି ହେମାନଙ୍କ ଫ୍ଲୁଟ୍ ଭିଡ଼ିଓ ।