କୁହାଯାଏ ଗ୍ଲାମରର ଛିଲମିଲ୍ ଭରା ଦୁନିଆ କେସଣସି ବି ବ୍ୟକ୍ତିକୁ ବଦଳାଇ ଦିଏ, କିନ୍ତୁ ଅଭିନେତ୍ରୀ ଶୃତି ହାସନ ଏସବୁରୁ ବହୁତ ଦୂରରେ । ତାଙ୍କ କହିବା ଅନୁସାରେ ସିନେମା ତାଙ୍କୁ ମଜଭୁତ କରିବାରେ ସହାୟକ ହୋଇଛି । ଏହାସହ ଶୃତି କହିଛନ୍ତି ପୂର୍ବେ ସେ ଯେପରି ଥିିଲେ ଏବେ ବି ସେମିତ ଅଛନ୍ତି । ଯାହା କରିବା ପାଇଁ ମନକୁ ଆସେ ସେ କରନ୍ତି ଓ ତାଙ୍କ ବନ୍ଧୁ ମାନଙ୍କ ପାଇଁ ମଧ୍ୟ ଯଥେଷ୍ଟ ସମୟ ବାହାର କରନ୍ତି ।
ଶୃତି କହିଛନ୍ତି “ମୁଁ ୮ ବର୍ଷ ବୟସରୁ ଅଭିନୟ ଜଗତରେ ଅଛି” । ଶୃତି କ୍ୟାରିୟର ଆରମ୍ଭ କରିଥିବା ସିନେମା ‘ଲକ’, ‘ଅନାନଗନା ଓ ଧୀରୁଦୁ’ ଅସଫଳ ସାବ୍ୟସ୍ତ ହୋଇଥଲା କିନ୍ତୁ ଏନେଇ ସେ କେବେ ଅବଶୋଷ କରିନାହାନ୍ତି । ନିଜର କାମକୁ ବହୁତ ଭଲପାଆନ୍ତି ବୋଲି କହିଛନ୍ତି ଶୃତି ହାସନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/tt.jpg)