ଶ୍ରୀଲଙ୍କା ନୌସେନା ଟାର୍ଗେଟରେ ଭାରତୀୟ ମତ୍ସ୍ୟଜୀବୀ ! ଜଳସୀମା ଅତିକ୍ରମ ଅଭିଯୋଗରେ ୧୨ ଜଣ ଗିରଫ

34

କନକ ବ୍ୟୁରୋ : ଶ୍ରୀଲଙ୍କା ନୌସେନା ଟାର୍ଗେଟରେ ଭାରତୀୟ ମତ୍ସ୍ୟଜୀବୀ । ଜଳସୀମା ଅତିକ୍ରମ ଅଭିଯୋଗରେ ୧୨ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି ଶ୍ରୀଲଙ୍କା ନୌସେନା । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏଭଳି ଘଟଣା । ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ବେଳେ ପ୍ରାୟ ୨ ହଜାର ଭାରତୀୟ ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କା ନୌସେନା ଟାର୍ଗେଟ୍ କରିଥିଲେ ।

ଧନୁସକୋଡି ନିକଟରେ ଶ୍ରୀଲଙ୍କା ନୌସେନାର ୧୦ଟି ଜାହାଜ ମତ୍ସ୍ୟଜୀବୀଙ୍କ ଉପରେ ଆକ୍ରମଣ କରିଥିଲେ । ଭାରତୀୟ ମତ୍ସ୍ୟଜୀବୀଙ୍କ ଉପରକୁ ପଥର ଓ ବୋତଲ ମାଡ କରିବା ସହ ୨ଟି ଟ୍ରଲର ମଧ୍ୟ ଛଡାଇ ନେଇଥିଲେ । ଏହା ସହ ଶ୍ରୀଲଙ୍କା ଜଳସୀମାରେ ପ୍ରବେଶ ଅଭିଯୋଗରେ ୧୨ ଜଣ ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କା ନୌସେନା ପକ୍ଷରୁ ଗିରଫ କରାଯାଇଛି ।