କମିଶନରେଟ ପୁଲିସ ଜାରି କରିଥିବା ଆଡଭାଇଜରିକୁ ଅଣଦେଖା : ଚାନ୍ଦା ନଦେବାରୁ ଦୋକାନୀଙ୍କୁ ନିସ୍ତୁକ ମାଡ, ସିସିଟିଭିରେ କଏଦ ହେଲା ଦାଦାଗିରିର ଚିତ୍ର
କନକ ବ୍ୟୁରୋ : ଚାନ୍ଦା ନଦେବାରୁ ଦୋକାନ ମାଲିକଙ୍କୁ ନିସ୍ତୁକ ମାଡ । ଘଟଣା ଘଟିଛି ବାଲିଅନ୍ତା ଅଂଚଳରେ ଥିବା ଏକ ଦୋକାନରେ । ଦୋକାନ ମାଲିକ ଚାନ୍ଦା ନଦେବାରୁ କିଛି ଯୁବକ ଏହି କାଣ୍ଡ ଭିଆଇଛନ୍ତି । ମାମଲା ଏବେ ଥାନାରେ ପହଂଚିଛି । ସିସିଟିଭି ଫୁଟେଜ ଜବତ କରି ଘଟଣାର ଖୋଳତାଡ କରୁଛି ପୋଲିସ ।
Kanak News is now on WhatsApp
Join and get latest news updates delivered to you via WhatsApp
ସିସିଟିଭିରେ କଏଦ ଦାଦାଗିରିର ଚିତ୍ର । କିଛି ଯୁବକ କଥା କଥା କେ ମାଡ ମାରୁଛନ୍ତି । କେହି କିଛି ବୁଝିବା ଆଗରୁ ମୋବାଇଲ, କମ୍ପ୍ୟୁଟରକୁ ଫୋପାଡି ଦେଉଛନ୍ତି । ଏ ଦୃଶ୍ୟ ହେଉଛି ବାଲିଅନ୍ତା ଅଂଚଳରେ ଥିବା ଏକ ଦୋକାନର । ଏଠାରେ ଦୋକାନ ମାଲିକଙ୍କୁ ପ୍ରଥମେ ଠେଲାପେଲା ଆଉ ତାପରେ ମାରପିଟ କରୁଛନ୍ତି କିଛି ଯୁବକ । ଅଭିଯୋଗଅନୁଯାୟୀ, କିଛି ଯୁବକ ଚାନ୍ଦା ମାଗିଥିଲେ । ହେଲେ ଦୋକାନ ମାଲିକ ଚାନ୍ଦା ଦେଇ ନଥିଲେ । ଏହାକୁ ନେଇ ଦୋକାନ ମାଲିକଙ୍କୁ ମାଡ ମରାଯାଇଛି ।
ପାର୍ବଣକୁ ଆଖି ଆଗରେ ରଖି କମିଶନରେଟ ପୁଲିସ ଜାରି କରିଥିଲା ଆଡଭାଇଜରି । ନିର୍ଦ୍ଦେଶ ଥିଲା – ଚାନ୍ଦା ମାଗିଲେ ବନ୍ଧା ହେବେ । ଆଡଭାଇଜାରି ଜାରି ହେବାର ଦିନ କେଇଟା ହେଇନି ବେଧଡକ ଚାନ୍ଦା ଆଦାୟ ନେଇ ଅଭିଯୋଗ ହୋଇଛି । ଆଡଭାଇଜାରି ମାନିବାରୁ ଦୋକାନ ମାଲିକଙ୍କୁ ଏହି ଦଶା ଭୋଗିବାକୁ ପଡିଥିବା ସେ କହିଛନ୍ତି । ବାଲଅନ୍ତା ଥାନା ପୁଲିସ ସିସିଟିଭି ଫୁଟେଜକୁ ଜବତ କରି ଏକ ମାମଲା ରୁଜୁ କରିଛି । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।